ପିହୁ ନିଖୋଜ ହେବାର ୩ ବର୍ଷ.. ଅନଶନରେ ମା’ – Sahana Mela

[ad_1]
ଯାଜପୁର : ଯାଜପୁର କୁନି ଝିଅ ପିହୁ ନିଖୋଜ ହେବା ଘଟଣା I ୩ ବର୍ଷ ପରେ ବି ଏଯାଏଁ ମିଳିନି ପତ୍ତା I ପୋଲିସ ଓ ପ୍ରସାଶନକୁ ଗୁହାରି କରି କରି ଥକି ପଡିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୁନି ଝିଅ ପିହୁ ମା’ମୋନାଲିସା ନାୟକଙ୍କ ଆମରଣ ଅନଶନ । ୨୦୨୦ ମସିହାରେ ନିଖୋଜ ହୋଇଥିବା ପିହୁର ଏପର୍ଯ୍ୟନ୍ତ ପତ୍ତା ମିଳିନି । ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ମୋନାଲିସା ନାୟକଙ୍କ ଅଢ଼େଇ ବର୍ଷର ଝିଅ ପିହୁ ନିଖୋଜ ହୋଇଯାଇଛି । ଏନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପିହୁର ପରିବାର ଲୋକ ।
ଆଜିକୁ ତିନି ବର୍ଷ ପୂର୍ବେ ୨୦୨୦ ଅଗଷ୍ଟ ୯ ତାରିଖ ଅପରାହ୍ନ ସମୟରେ ଯାଜପୁର ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ଅଢେଇ ବର୍ଷର ଝିଅ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଞ୍ଝାରପୁର ଥାନା ଅଧିକାରୀ ଘଟଣାର ୬ ଦିନ ପରେ ମାମଲା ରୁଜୁ କରି ଚୁପ ହୋଇ ବସି ଯାଇଥିଲେ I
ଏହାପରେ ଦୀର୍ଘ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୋଲିସ । ପିହୁକୁ ଖୋଜି ପାଇବାରେ ପୋଲିସ ବିଫଳ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମରଣ ଅନଶନରେ ବସିଛନ୍ତି ପିହୁର ମା’ ।
[ad_2]