ରାଜ୍ୟ

ବୋରୱେଲ ରୁ ଉଦ୍ଧାର ଶିଶୁକନ୍ୟା ର ଅବସ୍ଥା ଉଦ୍ବେଗକନକ – Sahana Mela

[ad_1]

ରେଙ୍ଗାଲି : ବୋରଓ୍ୱେଲରୁ ଉଦ୍ଧାର ନବଜାତକ କୁନି ଝିଅର ସ୍ୱାସ୍ଥ୍ୟବସ୍ଥା ଉଦବେଗ ଜନକ । ପେଟରେ ଗ୍ୟାସ ସୃଷ୍ଟି ହେଉଥିବାବେଳେ ଅନ୍ତନଳୀରେ ହେଉଛି ରକ୍ତସ୍ରାବ I ଏଥି ପାଇଁ ପେଟ ଫୁଲୁଛି ବୋଲି କହିଛନ୍ତି ଡାକ୍ତର। ଶିଶୁକୁ ଅବଜରଭେସନରେ ରଖିଛି ଡାକ୍ତରୀ ଟିମ୍‌। ତେବେ ଆଗାମୀ ୭୨ ଘଣ୍ଟା ଶିଶୁପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ଭିମସାର ପକ୍ଷରୁ ସୂଚନା ଦିଆଯାଇଛି I ଏହାସହିତ ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥାର ଯଦି ସୁଧାର ନ ଆସେ ତେବେ ତାଙ୍କୁ କଟକ ସ୍ଥିତ ଶିଶୁଭବନକୁ ପଠାଯିବ ବୋଲି ଭିମସାର କହିଛି ଇ କଟକ ଶିଶୁଭବନ ସହ ଯୋଗାଯୋଗରେ ଅଛନ୍ତି ଭିମସାରର ୫ ଜଣିଆ ଡାକ୍ତରୀ ଟିମ୍ । ଆବଶ୍ୟକ ସ୍ଥଳେ ଶିଶୁଟିକୁ ଏୟାର ଆମ୍ବୁଲାନ୍ସରେ କଟକ ଅଣାଯାଇପାରେ । ତେଣୁ ତାର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଶିଶୁକନ୍ୟାକୁ ବୋରୱେଲ ଭିତରେ ଫିଙ୍ଗିଥିବା ଅଭିଯୁକ୍ତକୁ ଧରିବାରେ ଏପର୍ଯ୍ୟନ୍ତ ପୋଲିସ ବିଫଳ ରହିଛି I

ସୂଚନାନୁସାରେ, ଗତ ୧୨ ତାରିଖ ଅପରାହ୍ନରେ ନବଜାତକ ଶିଶୁକନ୍ୟାକୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ସ୍ଥିତ ଜଙ୍ଗଲ ଭିତରୁ ଏକ ପରିତ୍ୟକ୍ତ ବୋରଓ୍ୱେଲରୁ ଉଦ୍ଧାର କରାଯାଇଥିଲା I ପ୍ରାୟ ୮ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ଅକ୍ଷତ ଅବସ୍ଥାରେ ଶିଶୁଟିକୁ ବୋରଓ୍ୱେଲ ମଧ୍ୟରୁ ଉଦ୍ଧାର କରିଥିଲେ ସ୍ଥାନୀୟ ପ୍ରଶାସନ ସହିତ ରେସକୟୁ ଟିମ I

[ad_2]

Leave a Reply

Your email address will not be published. Required fields are marked *

Back to top button