କନ୍ଧମାଳ,ଗତକାଲି ଠାରୁ ଜୋରଦାର ଚାଲିଛି ମାଓ ଅପରେସନ – Sahana Mela
[ad_1]
ବୌଦ୍ଧ : ବୌଦ୍ଧରେ ଜୋରଦାର ହେଲା ମାଓ ନିପାତ ଅଭିଯାନ । ଗତକାଲି ଠାରୁ ନଳୀକୁମ୍ପା ଜଙ୍ଗଲରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଗତକାଲି ମନମୁଣ୍ଡା ଥାନା ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗତକାଲି ଠାରୁ ଚାଲିଥିବା ଏହି ଅପରେସନକୁ ଆହୁରି ପ୍ରଭାବୀ କରିବାକୁ କନ୍ଧମାଳରୁ ଆଉ ୭ କମ୍ପାନୀ SOG ଯବାନଙ୍କ ସହିତ ବୌଦ୍ଧରୁ ୫ କମ୍ପାନୀ SOG ଯବାନଙ୍କୁ ନିୟୋଜିତ କରାଯାଇଛି । ଗତକାଲିଠାରୁ ଚାଲିଥିବା ଏହି ମୋ ଅପରେସନ ସମୟରେ ନଳୀକୁମ୍ପା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି।
ସୂଚନାନୁସାରେ,ଗତକାଲି ଠାରୁ ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ୨ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏହି ଅପରେସନରେ ପ୍ରାୟ ୩ ଶହରୁ ଅଧିକ SOG ଯବାନ ସାମିଲ ହୋଇଛନ୍ତି । ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ମାଓବାଦୀ ଜଙ୍ଗଲ ଭିତରେ IED ଓ ଲ୍ୟାଣ୍ଡମାଇନ୍ ବିଛାଇଥିବା ସନ୍ଦେହରେ ଅତି ସତର୍କତାର ସହ ସୁରକ୍ଷାକର୍ମୀ ଆଗକୁ ବଢ଼ିଛନ୍ତି ।ଏଥିରେ ସୁରକ୍ଷା ବାହିନୀର କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା ଏସପି ସୂଚନା ଦେଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମାଲାକିରା, ଗଙ୍ଗରମା ଓ କୁମ୍ଭାରୁଆ ଆଦି ଅଞ୍ଚଳରେ ମାଓ ଗତିବିଧି ରହିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଶଗଡ଼ା ଫାଣ୍ଡି ତିଲପଙ୍ଗା ଅଂଚଳରେ ମାଓ ପୋଷ୍ଟର ମଧ୍ୟ ଲାଗିଥିଲା।
[ad_2]