ରାଜନୀତି

ପୁଣି ଫସିଲେ ଜଣେ ବିଜେପି ନେତା – Sahana Mela

[ad_1]

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପୁଣି ଫସିଲେ ଜଣେ ବିଜେପି ନେତା । ୨୦୧୪ର ଏକ ନାବାଳିକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଛନ୍ତି ଉତର ପ୍ରଦେଶର ବିଜେପି ବିଧାୟକ ରାମଦୁଲାର ପୋଣ୍ଡ । ଏହି ମାମଲାରେ ଦୁଧି ବିଧାୟକ ରାମଦୁଲାରଙ୍କୁ ସୋନଭଦ୍ରା ଏସପି/ ଏମଏଲଏ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଏହସାନ ଉଲ୍ଲାଖାନ ଦୋଷୀ ସାବସ୍ତ୍ୟ କରି ୨୫ବର୍ଷ ଜେଲ ଦଣ୍ଡାବେଶ ଶୁଣାଇଛନ୍ତି ।

ଏଥିସହ ଅଦାଲତ ରାମଦୁଲାରଙ୍କ ଉପରେ ୧୦ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି । ଯାହାକି ପୀଡିତା ନାବାଳିକଙ୍କ ଥଇଥାନ ଲାଗି ଦିଆଯିବା ଅଦାଲତଙ୍କ ଏହି ଦଣ୍ଡାଦେଶ ପରେ ବିଧାୟକ ରାମଦୁଲାର ପୋଣ୍ଡ ବିଧାନସଭାର ସଭ୍ୟ ପଦ ହରାଇବା ନିଶ୍ଚିତ ହୋଇଛି । ମାମଲା ଅନୁଯାୟୀ ବିଧାୟକ ପୋଣ୍ଡ ୨୦୧୪ ନଭେମ୍ବର ୪ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ପୋକସୋ ଆଇନ ଓ ଭାରତୀୟ ଦଣ୍ଡ ସହିତ ଅଇପିସିର ଅନ୍ୟାନ୍ୟ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏହାପୂର୍ବରୁ ମଧ୍ୟପ୍ରଦେଶରେ ଏକ ଦୁଷ୍କର୍ମ ମାମଲାରେ ଜଣେ ବିଜେପି ନେତାଙ୍କ ପୁଅ ଗିରଫ ହୋଇଥିଲେ । ଉନ୍ନା ଓ ମଣ୍ଡଳ ସଭାପତି କିଷନ ରାଏଙ୍କ ପୁଅ ଧ୍ରୁବ ରାଏଙ୍କୁ ଗିରଫ କରାଯାଇ ଥିଲା । ସେହିପରି ଏକ ଦଳଗତ ଦୁଷ୍କର୍ମ ମାମଲାରେ ରାଜସ୍ଥାନରେ ପାଲି ଜିଲ୍ଲା ବିଜେପି ସମ୍ପାଦକ ମୋହନ ଜାଟ ଓ ଅନ୍ୟ ଜଣେ ବିଜେପି ନେତା ମହେଶ ଦେବଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅନୁରୂପ ଭାବେ ଆଉ ଏକ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତରେ ବିଜେପି ନେତା ସୟଦ ଶାହନୱାଜ ହସୈନଙ୍କୁ ସମନ କରିଛି ।

The post ପୁଣି ଫସିଲେ ଜଣେ ବିଜେପି ନେତା first appeared on Odia News.

[ad_2]

Leave a Reply

Your email address will not be published. Required fields are marked *

Back to top button