ଦେଶ- ବିଦେଶ

୮୬ ବର୍ଷ ବୟସରେ ଆଖିବୁଜିଲେ କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବ  – Sahana Mela

[ad_1]


ନୂଆଦିଲ୍ଲୀ: କୁଏତ ମୁଖ୍ୟ ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ନଭେମ୍ବର ମାସରେ ଅସୁସ୍ଥତା ପାଇଁ ଶେଖ ନୱାଫଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ତାଙ୍କର ପରଲୋକ ଘଟିଛି।

ଭାଇ ଶେଖ ସବାଙ୍କର ମୃତ୍ୟୁ ପରେ ୨୦୨୦ରେ ଶେଖ ନୱାଫ ଅଲ ଅହମଦ ଅଲ ସବା କୁଏତର ସୁଲତାନ ହୋଇଥିଲେ। ସେ ଦୀର୍ଘ ୩ ବର୍ଷ ହେଲା କୁଏତର ଶାସକ ଭାବେ ଦାୟତ୍ୱ ତୁଲାଇଥିଲେ।ଶେଖ ନୱାଫଙ୍କୁ ୨୦୦୬ରେ ଭାଇ ଶେଖ ସବା ଅଲ-ଅହମ୍ମଦ ଅଲ-ସବା କ୍ରାଉନ ପ୍ରିନ୍ସ ଘୋଷଣା କରିଥିଲେ। ଅଲ ସବାଙ୍କର ବିୟୋଗ ପରେ ୨୦୨୦ରେ ଶେଖ ସୱା କୁଏତର ଶାସକ ହୋଇଥିଲେ। ଦକ୍ଷ ଶାସକ ଭାବେ କୁଏତରେ କୁଟନୀତି ଓ ଶାନ୍ତି ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିଭାଇଥିଲେ। ଏହା ପୂର୍ବରୁ ଶେଖ ସବା ଦେଶରେ ପ୍ରତିରକ୍ଷାମନ୍ତ୍ରୀ ଓ ଇଣ୍ଟରିୟର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ମାତ୍ର ପ୍ରତ୍ୟକ୍ଷ ରାଜନୀତିରେ ଏତେଟା ସକ୍ରିୟ ନଥିଲେ।

କୁଏତ ସରକାରରେ ଡେପୁଟି ଦାୟିତ୍ୱରେ ଥିବା ତାଙ୍କ ସାନ ଭାଇ ଶେଖ ମେଶଲ ଅଲ ଅହମ୍ମଦ ଅଲ ଜାବର ଏବେ ଏହି ଦାୟିତ୍ୱ ନେଇପାରନ୍ତି। ବିଶ୍ୱର ସର୍ବ ପୁରାତନ ରାଜକୁମାର ଭାବେ ତାଙ୍କୁ ଜଣାଯାଏ।



[ad_2]

Leave a Reply

Your email address will not be published. Required fields are marked *

Back to top button