ମନୋରଞ୍ଜନ

ଆଇସିୟୁରେ ତନୁଜା – Sahana Mela

[ad_1]

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୬୦ ଦଶକ ସମୟର ଜଣାଶୁଣା ବଲିଉଡ ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସାରେ ତନୁଜାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବାର୍ଦ୍ଧକ୍ୟ ରୋଗ ହେତୁ ତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ।  ସୂଚନା ମୁତାବକ,  ବୟସ ସମ୍ବନ୍ଧୀୟ ରୋଗ ହେତୁ ତନୁଜାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଛି। ତାଙ୍କୁ ଅଣ୍ଡରଅବଜରବେସନ୍‌ରେ ଅଛନ୍ତି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କହିବାକୁ ଗଲେ ୮୦ବର୍ଷ ବୟସ୍କା ଅଭିନେତ୍ରୀ ତନୁଜା ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଉଛି।

କହିବାକୁ ଗଲେ ତନୁଜା ୨୩ ସେପ୍ଟେମ୍ବର ୧୯୪୩ ରେ ଜନ୍ମଗ୍ରହଣ । ଏହି ଅଭିନେତ୍ରୀ ଅଳ୍ପ ବୟସରେ ଅଭିନୟ କରି ସମସ୍ତଙ୍କୁ ଚକିତ କରିଥିଲେ । ମାତ୍ର ୧୬ ବର୍ଷ ବୟସରେ ତନୁଜାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଛବିଲି’ ରିଲିଜ୍ ହୋଇଥିଲା ଏହା ବ୍ୟତୀତ ତନୁଜା ‘ବାହରେନ୍ ଫିର ଭୀ ଆୟେଙ୍ଗି’, ‘ହାଥୀ ମେରେ ସାଥି’ ଏବଂ ‘ମେରେ ଜୀବନ ସାଥି’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା। ତନୁଜା ଅନେକ ବଙ୍ଗୀୟ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button