କାବ୍ୟାଙ୍କ ହାତ ଧରିଲେ ସାଉଥ୍ ଷ୍ଟାର୍ ବେଲାମକୋଣ୍ଡା, ଦୁଇଟି ରିସେପ୍ସନ୍ ପାର୍ଟିର ହେବ ଆୟୋଜନ

ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବେଲାମକୋଣ୍ଡା ସାଇ ଶ୍ରୀନିବାସଙ୍କ ବିବାହ ଧୁମଧାମରେ ହୋଇଛି । ୨୯ ଏପ୍ରିଲରେ ଅଭିନେତା ତାଙ୍କ ଗର୍ଲଫ୍ରେଣ୍ଡ୍ କାବ୍ୟା ରେଡ୍ଡୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି ।
ପାରମ୍ପାରିକ ନୀତିରେ ଦମ୍ପତ୍ତିଙ୍କ ବିବାହ ତିରୁମାଳା ମନ୍ଦିରରେ ସମ୍ପର୍ଣ୍ଣ ହୋଇଛି । ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଜୋର ଧରିଛି । ଭାଇରଲ ହେବା ପରେ ଫ୍ୟାନ୍ସ ଏବଂ ସେଲିବ୍ରିଟି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟି ବିକ୍ରମାର୍କ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି ।
ଏହି ଫଟୋରେ ବେଲାମକୋଣ୍ଡା ସିମ୍ପଲ୍ ଲୁକରେ ନଜର ଆସିଛନ୍ତି । ଧଳା ଓ ଗହମ ମିଶା ରଙ୍ଗର କୁର୍ତ୍ତା, ଧୋତି ଏବଂ ଅଙ୍ଗବସ୍ତ୍ରମ୍ ପିନ୍ଧି ଅଭିନେତା ତାଙ୍କ ବିବାହ ଲୁକ୍ କମ୍ପ୍ଲିଟ୍ କରିଥିଲେ । ସେହିପରି କାବ୍ୟା ମଧ୍ୟ ଧଳା ଓ ଗହମ ମିଶା ରଙ୍ଗର ଶାଢୀରେ ନଜର ଆସିଥିଲେ । ଟ୍ରାଡିସନାଲ ଜୁଏଲାରୀ, ମଥାପଟ୍ଟୀ ସହିତ କାବ୍ୟା ତାଙ୍କ ବିବାହ ଲୁକକୁ କମ୍ପ୍ଲିଟ୍ କରିଥିଲେ । ଦୁହିଁଙ୍କ ଲୁକକୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ ।
କାବ୍ୟା ବାଇଗଣୀ ରଙ୍ଗର ଶାଢୀ ପିନ୍ଧି ହାତରେ ଏକ ଟୋକେଇ ଧରି ମଣ୍ଡପରେ ଏଣ୍ଟ୍ରି କରିଥିଲେ । ଅଭିନେତା ହଳଦିଆ ରଙ୍ଗର କୁର୍ତ୍ତା-ଧୋତି ସହିତ ହାତରେ ବାଇଗଣୀ ଶାଲ ହାତରେ ଧରି ମଣ୍ଡପରେ ଦେଖିବାକୁ ମିଳିଥିଲେ ।
ଏକ ରିପୋର୍ଟ ଅନୁସାରେ ସେମାନଙ୍କର ଦୁଇଟି ରିସେପ୍ସନ୍ ପାର୍ଟି ହେବ । ଆଜି ତିରୁମାଳାରେ ପ୍ରଥମ ରିସେପ୍ସନ୍ ପାର୍ଟି ଆୟୋଜିତ ହୋଇଥିଲାବେଳେ ଦ୍ବିତୀୟ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ହାଇଦ୍ରାବାଦରେ ହେବ ।




