ଦେଶ- ବିଦେଶ
ଅନ୍ଲାଇନ୍ରୁ ଅର୍ଡର କରିଥିଲେ ଖାଦ୍ୟ, ସେଥିରୁ ଏମିତି କିଛି ବାହାରିଲା ଯାହାକୁ ଦେଖି ଲୋକେ ଚକିତ – Sahana Mela

[ad_1]
ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ ଅନ୍ଲାଇନ୍ରୁ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥା । ମାତ୍ର ଏଥିରୁ ବେଳେ ବେଳେ ଏମିତିସବୁ ଜିନିଷ ବାହାରେ ଯାହାକୁ ଦେଖି ଲୋକେ ତାହା ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବେଙ୍ଗାଲୁରୁର ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରୁ ସାଲାଡ୍ ଅର୍ଡର କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି । ଯେତେବେଳେ ସେ ବ୍ୟକ୍ତି ଜଣକ ସାଲଡ୍ ପ୍ୟାକେଟ ଖୋଲିଲେ, ତା ଭିତରୁ ସେ ଏକ ଜୀବନ୍ତ ଗେଣ୍ଡା ଛୁଆ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
‘ଧଭଲ ସିଂ’ ନାମକ ଜଣେ ଗ୍ରାହକ ଏହି ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଧଭଲ କହିଛନ୍ତି ଯେ, ସେ ସ୍ୱିଗି ମାଧ୍ୟମରେ ‘ଲିଓନ୍ ଗ୍ରିଲ’ ନାମକ ଏକ ରେଷ୍ଟୁରାଣ୍ଟରୁ ସାଲାଡ୍ ଅର୍ଡର କରିଥିଲେ । ଯେତେବେଳେ ସେ ପ୍ୟାକେଟ ଖୋଲିଲେ ସେଥିରେ ଜୀବନ୍ତ ଗେଣ୍ଡାଛୁଆକୁ ଦେଖି ସେ ଭୟଭୀତ ହୋଇଯାଇଥିଲେ ।
[ad_2]