ଖେଳ ଖବର

ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ମିଚେଲ ଷ୍ଟାର୍କ – Sahana Mela

[ad_1]

ନୂଆଦିଲ୍ଲୀ: ଆଇପିଏଲ ନିଲାମିର ସବୁ ରେକର୍ଡ ଭାଙ୍ଗି ଅଷ୍ଟ୍ରେଲୀୟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଷ୍ଟାର୍କଙ୍କୁ ୨୪. ୭୫ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ କିଣିଛି । ଷ୍ଟାର୍କଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଶେଷ ପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା । ଶେଷରେ କୋଲକାତା ବାଜି ମାରିଥିଲା । ଏହାସହ କମିନ୍ସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଷ୍ଟାର୍କ ଇଂଲଣ୍ଡର ସେମ କରେନ, ବେନ ଷ୍ଟୋକ୍ସ, ଅଷ୍ଟ୍ରେଲିଆର କେମରୁନ ଗ୍ରୀନ ଓ ସାଉଥଆଫ୍ରିକାର କ୍ରିସ ମୋରିସ ସମେତ ସମସ୍ତ ପୁରୁଣା ଦାମୀ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଅନ୍ୟପଟେ ଅଷ୍ଟ୍ରେଲିଆ ଅଧିନାୟକ ପେଟ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ୨୦.୫୦ କୋଟି ଟଙ୍କାରେ କିଣିଛି । ଏହାସହ ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମିରେ ମିଚେଲ ଷ୍ଟାର୍କ ଓ ପେଟ କମିନ୍ସଙ୍କ ପରେ ଭାରତୀୟ ଖେଳାଳି ହର୍ଷଲ ପଟେଲ ୧୧.୭୫ କୋଟି(ପଞ୍ଜାବ କିଙ୍ଗସ୍‌), ଅଲଜାରୀ ଜୋସେଫ ୧୧.୫୦ କୋଟି(ଆରସିବି), ରୋବମେନ ପାୱେଲ ୭.୪୦ କୋଟି(ରାଜସ୍ଥା ରୟାଲ୍ସ), କ୍ରିସ ବୋକ୍ସ ୪.୨୦ କୋଟି (ପଞ୍ଜାବ କିଙ୍ଗସ), ଟ୍ରେଭିସ ହେଡ ୬.୮୦ କୋଟି (ସନରାଇଜର୍ସ ହାଇଦ୍ରାବାଦ), ଶାର୍ଦୁର୍ଲ ଠାକୁର ୪ କୋଟି(ଚେନ୍ନାଇ ସୁପର କିଙ୍ଗସ), ହେରୀ ବ୍ରୁକ ୪ କୋଟି (ଦିଲ୍ଲୀ କେପିଟାଲ୍ସ), ରଚିନ ରବୀନ୍ଦ୍ର ୧.୮୦ କୋଟି(ଚେନ୍ନାଇ ସୁପର କିଙ୍ଗସ) ଟଙ୍କାରେ କିଣିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button