ଚଳିତବର୍ଷ ରିଲିଜ୍ ହୋଇଥିବା ୫ ବାୟୋପିକ୍ ଫିଲ୍ମ : କିଛି ଥିଲା ସୁପରହିଟ୍ ତ ଆଉ କିଛି ଫ୍ଲପ୍…. – Sahana Mela

[ad_1]
ମୁମ୍ବାଇ : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୩ । ଆଉ ପାଦ ଥାପିବ ୨୦୨୪ । ବଲିଉଡରେ ସର୍ବଦା ବାୟୋପିକ୍ ଫିଲ୍ମର ପ୍ରଧାନ୍ୟ କରିଥାଏ । ଯଦି ଦେଖିବା ୨୦୨୩ ରେ ମଧ୍ୟ ୫ଟି ବାୟୋପିକ୍ ଫିଲ୍ମ ରିଲିଜ୍ ହୋଇଛି । ଯାହା ମଧ୍ୟରୁ କିଛି ଦର୍ଶନଙ୍କୁ ମତୁଆଲା କରିଥିବାବେଳେ ଆଉ କିଛି ନିରାଶ କରିଥିଲା । ଆସନ୍ତୁ ଜାଣିବା ସେସବୁ ଫିଲ୍ମ ସମ୍ପର୍କରେ ।
ସର୍ବପ୍ରଥମେ ଆସନ୍ତୁ ଫିଲ୍ମ ସାମ ବାହାଦୂର ବିଷୟରେ ଆଲୋଚନା କରିବା । ବିକି କୌଶଲଙ୍କର ଏହି ଫିଲ୍ମ ଫିଲ୍ଡ ମାର୍ଶଲ ଶ୍ୟାମ ମାନେକ୍ସାଙ୍କ ଆଦର୍ଶ ଏବଂ ସାହାସୀ ଜୀବନୀକୁ ନେଇ ଆଧାରିକ । ଯାହା ଆଜିର ଯୁବପୀଢିଙ୍କ ଜାଣିବା ନିହାତି ଦରକାର । ମେଘନା ଗୁଲଜାର ଏହି ଚଳଚିତ୍ରକୁ ନିର୍ମାଣ କରିଥିବାବେଳେ ଏହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା ।
କିଛି ଦିନ ପୂର୍ବରୁ ଓଟିଟିରେ ରିଲିଜ୍ ହୋଇଥିବା ଫିଲ୍ମ ପିପ୍ପା କୁ ନେଇ ଖୁବ୍ ଆଲୋଚନା ହୋଇଥିଲା । ବାଂଲାଦେଶ ଉପରେ ପାକିସ୍ତାନର ଅତ୍ୟାଚାରର କାହାଣୀ ବର୍ଣ୍ଣନା କରୁଥିବା ଏହି ଫିଲ୍ମଟି ୧୯୭୧ ରେ ହୋଇଥିବା ଯୁଦ୍ଧରେ ସହିଦ ହୋଇଥିବା ବ୍ରିଗେଡିୟର ବଳରାମ ସିଂ ମେହେଟ୍ଟାଙ୍କ ବାୟୋପିକ୍ । ଯେଉଁଥିରେ ତାଙ୍କ ଜୀବନୀକୁ ଖୁବ୍ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି । ଏଥିରେ ଇଶାନ ଖଟ୍ଟରଙ୍କୁ ଦେଖିବାକୁ ମିଳିଥିଲା ।
ମିଶନ ରାଣୀଗଞ୍ଜ । ଅକ୍ଷୟ କୁମାର ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିଥିଲେ ବି ଏହା ଫ୍ଲପ୍ ହୋଇଥିଲା । ଏହି ଚଳଚିତ୍ରଟି ୧୯୮୯ରେ ରାଣୀଗଞ୍ଜର କୋଇଲା ଖଣିରେ ଘଟିଥିବା ଏକ ଦୁର୍ଘଟଣା ଉପରେ ଆଧାରିତ । ଯେଉଁଥିରେ ଜଶଓ୍ବନ୍ତ ସିଂ ଗିଲ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ୬୪ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । କିନ୍ତୁ ଏହି ଫିଲ୍ମ ବେଶୀ ଦିନ ଚାଲିପାରିନଥିଲା ।
Mrs Chatterjee Vs Norway ଯାହାକି ଏକ ସତ୍ୟ ଘଟଣାକୁ ନେଇ ଚିତ୍ରିତ ହୋଇଥିଲା । ଏହି ଚଳଚିତ୍ରଟି ହେଉଛି ଏକ ମାଆର କାହାଣୀ । ଯେଉଁଥିରେ ଜଣେ ମାଆ ଠାରୁ ତାର ପିଲା ମାନଙ୍କୁ ନେଇଯାଇଥିଲେ ନରଓ୍ବେ ସରକାର । ଆଉ କହିଥିଲେ ସେ ସଠିକ୍ ଭାବେ ପିଲା ମାନଙ୍କର ଯତ୍ନ ନେଉନାହାନ୍ତି ।
ଏଥିରେ ରାଣୀ ମୁଖାର୍ଜୀଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ସେହିଭଳି ଆଉ ଏକ ଫିଲ୍ମ ଥିଲା ଗାନ୍ଧୀ ଗଡସେ ଏକ ଯୁଦ୍ଧ । ରାଜକୁମାର ସନ୍ତୋଷୀଙ୍କ ଏହି ଫିଲ୍ମ ମହାତ୍ମା ଗାନ୍ଧୀ ଏବଂ ନାଥୁରାମ ଜଡସେ ଙ୍କ ଚିନ୍ତାଧାରାର ବିବାଦ ଉପରେ ଆଧାରିତ ଥିଲା । ଜାନୁଆରୀ ମାସରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ଯାହାକି ବହୁ ଚର୍ଚ୍ଚିତ ଥିଲା । କିନ୍ତୁ ଦର୍ଶକଙ୍କୁ ସେତେଟା ସନ୍ତୁଷ୍ଟି ଦେଇପାରିନଥିଲା ।
[ad_2]