ନିଆଁରେ ପୋଡିହୋଇ ମହିଳାଙ୍କ ମୃତ୍ୟୁ – Sahana Mela
[ad_1]
ରାୟଗଡା : ନିଆଁରେ ପୋଡିହୋଇ ମହିଳାଙ୍କ ମୃତ୍ୟୁ I ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଠାରେ ଥିବା ମା’ ଗୃହର ପରିଚାଳିକା ଲକ୍ଷ୍ମୀ ମାଝିଙ୍କ ମୃତ ଦେହକୁ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଛି । ସମ୍ପୂର୍ଣ ଶରୀର ପୋଡିଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଏହି ଘଟଣା ଘଟିଛି । ମୃତ ଲକ୍ଷ୍ମୀ ମାଝୀଙ୍କ ଘର କାଶୀପୁର ବ୍ଳକ ନକଟିଗୁଡା ଗାଁରେ । ସେ ଜଣେ ଭିନ୍ନକ୍ଷମ ।
ଲକ୍ଷ୍ମୀ ୫ ବର୍ଷ ହେବ ଏକ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ୱାରା ନିଯୁକ୍ତି ହୋଇ ଚନ୍ଦ୍ରପୁର ମା’ ଗୃହରେ ୱାଡେନ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଲକ୍ଷ୍ମୀଙ୍କ ମୃତଦେହ ମା’ ଗୃହ ପରିସରରୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଲକ୍ଷ୍ମୀଙ୍କ ପରିବାରକୁ ଜଣାଇଥିଲେ। ତେବେ ସେ କେମିତି ପୋଡି ହୋଇ ମୃତ୍ୟୁ ବରଣ କଲେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି ।
[ad_2]