ଦେଶ- ବିଦେଶ

ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ୧୦ହଜାର ଡଲାର ପୁରସ୍କାର ଘୋଷଣା କଲା ଏଫବିଆଇ – Sahana Mela

[ad_1]


ୱାଶିଂଟନ: ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ପୁରସ୍କାର ରାଶି ଘୋଷଣା କଲା ଏଫବିଆଇ । ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ଥିବା ୨୯ ବର୍ଷୀୟ ମାୟୁଶି ଭଗତଙ୍କୁ ଖୋଜିଆଣିଲେ ଦିଆଯିବ ପୁରସ୍କାର ରାଶି । ମାୟୁଶିଙ୍କୁ ଖୋଜି ଖୋଜି ନିରାଶ ହୋଇଗଲାଣି ଏଫବିଆଇ । ବର୍ତ୍ତମାନ ତାଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଏଫବିଆଇ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଯଦି କେହି ତାଙ୍କ ସମ୍ପର୍କରେ ସୂଚନା ଦେବେ, ତେବେ ତାଙ୍କୁ ୧୦ହଜାର ଡଲାର ଯାଏ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

୧୯୯୪ ମସିହା ଜୁଲାଇ ମାସରେ ଭାରତରେ ଜନ୍ମ ଗ୍ରହଣ କରିଥିବା ମାୟୁଶି ପାଠପଢ଼ିବା ପାଇଁ ଭିସା ନେଇ ଆମେରିକା ଯାଇଥିଲେ। ସେ ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ପଢ଼ୁଥିଲେ। ୨୦୧୯ ଏପ୍ରିଲ ୨୯ରେ ପାଇଜାମା ଓ କଳା ରଙ୍ଗର ଟି-ଶାର୍ଟ ପିନ୍ଧି ଘରୁ ବାହାରିଥିଲେ। ତେବେ ସେ ଦୁଇ ଦିନ ଧରି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକ ୨୦୧୯ ମସିହା ମେ’ ୧ରେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ଗତବର୍ଷ ଜୁଲାଇ ମାସରେ ଏଫବିଆଇ ମାୟୁଶିଙ୍କୁ ନିଖୋଜ ହୋଇଥିବା ତାଲିକାରେ ସାମିଲ କରିଥିଲା। ଏଯାଏ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏବେ ଏଫବିଆଇର ନେୱର୍କ ଫିଲ୍ଡ ଅଫିସ ଓ ଦି ଜର୍ସି ସିଟି ପୋଲିସ ବିଭାଗ ଲୋକଙ୍କ ସହାୟତା ଲୋଡ଼ିଛନ୍ତି। ଯଦି କେହି ମାୟୁଶିଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କୁ ୧୦ ହଜାର ଡଲାର ଯାଏ ପୁରସ୍କାର ମଳିବ । ମାୟୁଶି ଇଂଲିଶ, ହିନ୍ଦୀ ଓ ଉର୍ଦ୍ଦୁ ଭାଷା ଜାଣନ୍ତି । ତାଙ୍କ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ଥିବା ବେଳେ ଚୁଟିର ରଙ୍ଗ କଳା ବୋଲି ଏଫବିଆଇ ପକ୍ଷରୁ କୁହାଯାଇଛି ।

 



[ad_2]

Leave a Reply

Your email address will not be published. Required fields are marked *

Back to top button