ଦେଶ- ବିଦେଶ

ପ୍ରଚାରରେ ଭିନ୍ନକ୍ଷମଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କଲେ ୫ବର୍ଷ ଜେଲ: ECI – Sahana Mela

[ad_1]


ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ବାଚନ ପ୍ରଚାରରେ ଭିନ୍ନକ୍ଷମଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅପମାନଜନକ ଭାଷା ପ୍ରୟୋଗ କଲେ ୫ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି କୁହାଯାଇଛି।

ଆୟୋଗ ପକ୍ଷମାନଙ୍କୁ କହିଛନ୍ତି ଯେ ମୂକ, ପାଗଳ, ଅନ୍ଧ, କାଲ, ଛୋଟା, ଅପାରଗ ଭଳି ଶବ୍ଦ ଭିନ୍ନକ୍ଷମଙ୍କ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ। ଅଭିଯାନ ସମୟରେ ନେତାଙ୍କ ଭାଷଣ, ସୋସିଆଲ ମିଡିଆ ପୋଷ୍ଟ, ବିଜ୍ଞାପନ ଏବଂ ପ୍ରେସ ବିଜ୍ଞପ୍ତିରେ ଏହିପରି ଶବ୍ଦ ବ୍ୟବହାର କରାଯିବା ଅନୁଚିତ । ଯଦି ଏହା ଉଲ୍ଲଂଘନ କରାଯାଏ, ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ, ୨୦୧୬ର ଧାରା ୯୨ଅନୁଯାୟୀ ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ।

ଭିନ୍ନକ୍ଷମଙ୍କ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ଅନେକ ଚେଷ୍ଟା କରିଆସୁଛି। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରାଯାଉଛ । ଏଥିରେ ୪୦% ରୁ ଅଧିକ ଭିନ୍ନକ୍ଷମ ଘରୁ ଭୋଟ୍ ଦେଇପାରିବେ। ଏଥିପାଇଁ ନିର୍ବାଚନ ବିଜ୍ଞପ୍ତି ଜାରି ହେବାର ୫ ଦିନ ମଧ୍ୟରେ ସେମାନଙ୍କୁ ଏକ ଫର୍ମ ପୂରଣ କରିଥିଲେ । ଏହା ପରେ ସରକାରୀ କର୍ମଚାରୀମାନେ ମତଦାନ ପାଇଁ ଭିନ୍ନକ୍ଷମଙ୍କ ଘରେ ପହଞ୍ଚିଥିଲେ। ଏହି ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଏହି ସୁବିଧା ଉପଲବ୍ଧ ଥିଲା।

 



[ad_2]

Leave a Reply

Your email address will not be published. Required fields are marked *

Back to top button