ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବ: ଅମିୟ ପାଣ୍ଡବ – Sahana Mela

[ad_1]
ଭୁବନେଶ୍ୱର: ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବାପାଇଁ ଏଆଇସିସି ପକ୍ଷରୁ ପୁର୍ନଗଠନ କରାଯାଇଛି । ପିସିସି ମୁଖପାତ୍ର ତଥା ପିସିସି ଇସ୍ତାହାର କମିଟି ସଦସ୍ୟ ଅମିୟ ପାଣ୍ଡବଙ୍କୁ ରାଜ୍ୟ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି ।
ଏଆଇସିସି ପକ୍ଷରୁ ଯେଉଁ ଗୁରୁ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଛି ସେଥିପାଇଁ ପାଣ୍ଡବ ଅଖିଳ ଭାରତ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏଆଇସିସି ଗଣମାଧ୍ୟମ ବିଭାଗର ମୁଖ୍ୟ ଜୟରାମ ରମେଶ, ରାଜ୍ୟ ପ୍ରଭାରୀ ସାଂସଦ ଚେଲ୍ଲା କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷା ସୁପ୍ରିୟା ଶ୍ରିନେତ ଏବଂ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସେ କହିଛନ୍ତି ଆସନ୍ତା ଦିନରେ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ ସକ୍ରୀୟ ଓ ସଶକ୍ତ କରାଯିବ । ବଜେପି ଓ ବିଜେଡ଼ିର ଅସାଧୁ ସମ୍ପର୍କର ପର୍ଦ୍ଦାଫାସ କରାଯିବ । କଂଗ୍ରେସ ଦଳର ବାର୍ତ୍ତା କୁ ତୃଣମୂଳ ସ୍ତରରେ ପଂହଚାଇବା ପାଇଁ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ନିଷ୍ଠାର ସହ କାର୍ଯ୍ୟକରିବ ।
[ad_2]