ଦେଶ- ବିଦେଶ

‘ପଦ୍ମଶ୍ରୀ’ ଫେରାଇଲେ ରେସଲର ବଜରଙ୍ଗ ପୁନିଆ – Sahana Mela

[ad_1]


ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ଫେରାଇଲେ ରେସଲର ବଜରଙ୍ଗ ପୁନିଆ। ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇ ଦେଇଛନ୍ତି।ଏକ୍ସରେ ଅଢେଇ ପୃଷ୍ଠାର ଚିଠି ପୋଷ୍ଟ କରିବା ସହ କୁସ୍ତିଯୋଦ୍ଧାଙ୍କର ଭବିଷ୍ୟତ ଆଉ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି।

ଗତକାଲି ରେସଲର ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଥିଲେ।ଆଜି ପୁନିଆ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଢେଇ ପୃଷ୍ଠାର ଚିଠି ପୋଷ୍ଟ କରିଛନ୍ତି। ଚିଠିରେ ସେ ସଞ୍ଜୟ ସିଂହ କୁସ୍ତି ସଂଘ ଅଧ୍ୟକ୍ଷ ନିର୍ବାଚିତ ହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି।

ପୁନିଆ କହିଛନ୍ତି, ‘ମୁଁ ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇ ଦେଉଛି। ମୋତେ ଅର୍ଜ୍ଜୁନ ପୁରସ୍କାର, ଖେଳରତ୍ନ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଯେଉଁ ଝିଅମାନେ କୁସ୍ତି ଲଢ଼ି ଦେଶର ସମ୍ମାନ ବଢ଼ାଇଥିଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଲେ। ଏବେ ସେମାନେ କୁସ୍ତି ଛାଡିଛନ୍ତି। ଆମେ ଏତେବଡ ପୁରସ୍କାରରେ ସମ୍ମାନିତ ହୋଇ ମଧ୍ୟ ସେମାନଙ୍କ ପାଇଁ କିଛି କରିପାରିଲୁ ନାହିଁ। ମହିଳା କୁସ୍ତି ଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ ଏହି ସମ୍ମାନ ନେଇ ମୁଁ ବଞ୍ଚି ପାରିବିି ନାହିଁ। ଏଥିପାଇଁ ମୁଁ ଏହି ସମ୍ମାନ ଫେରାଇ ଦେଉଛି। ଏଥିସହ ଦିନେ ନା ଦିନେ ଅନ୍ୟାୟ ଉପରେ ନ୍ୟାୟର ଜିତ ହେବ’।

ଚଳିତବର୍ଷ ଜାନୁଆରୀ ମାସରେ ଦେଶର ମହିଳା କୁସ୍ତିଯୋଦ୍ଧାମାନେ କୁସ୍ତି ସଂଘକୁ କବଜା କରି ରଖିଥିବା ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button