ମନୋରଞ୍ଜନ

ରେକର୍ଡ ଭାଙ୍ଗିଲା ସଲାର , ଜାଣନ୍ତୁ ପ୍ରଥମ ଦିନର ପୁରା କଲେକସନ୍ – Sahana Mela

[ad_1]


ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗତକାଲି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏହି ଚଳଚିତ୍ରର କ୍ରେଜ୍ ସାରା ବିଶ୍ବରେ ଦେଖାଯାଉଛି । ଆଡଭାନ୍ସ ବୁକିଂରେ ଶାହାରୁଖଙ୍କ ଡଙ୍କିକୁ ପଛରେ ପକାଇ ଦେଇଛି ପ୍ରଭାସଙ୍କ ସଲାର୍  । ପ୍ରଥମ ଦିନରେ ଆଶ୍ଚର୍ଯ୍ୟଜନକ କଲେକସନ୍ କରିଛି  । ପ୍ରଶାନ୍ତ ନୀଲଙ୍କ ଦ୍ବାରା ନିର୍ମିତ ଏହି ମୁଭିଟି ଆଡଭାନ୍ସ ବୁକିଂରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ଶ୍ରୁତି ଏହି ଫିଲ୍ମରେ ପ୍ରଭାସଙ୍କ ସହ ସ୍କ୍ରିନ୍ ସେୟାର କରୁଛନ୍ତି ।

ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ, ଜଗପତି ବାବୁ, ଟିନୁ ଆନନ୍ଦ ଏବଂ ଶ୍ରୀୟା ରେଡ୍ଡୀ ଏହି ଫିଲ୍ମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି  । ସାଲାର ଫିଲ୍ମରେ ପ୍ରଭାସଙ୍କ ଆକ୍ସନ୍ ଓ ଦମଦାର ଡାଇଲଗ୍ ଦେଖିବା ପାଇଁ ଫ୍ୟାନ୍ସ ମାନଙ୍କୁ ବେଶ୍ ଆକୃଷ୍ଟ କରିଛି । ଏଇ ଗୋଟିଏ ସପ୍ତାହରେ ହଲ୍‌କୁ ଆସିଲା ୨୦୨୩ ବର୍ଷର ଦୁଇଟି ବଡ଼ ବଲିଉଡ୍ ସିନେମା।

ଗୁରୁବାର ବଲିଉଡ୍ ସୁପରଷ୍ଟାର ଶାହରୁଖ୍‌ ଖାଁଙ୍କ ‘ଡଙ୍କି’ ରିଲିଜ୍‌ ହୋଇଥିବାବେଳେ ଗତକାଲି ରିଲିଜ୍‌ ହୋଇଛି ଦକ୍ଷିଣ ଭାରତୀୟ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’। ଫିଲ୍ମ ଦୁଇଟି ପାଇଁ ଲୋକଙ୍କ ଭିତରେ ଖୁବ୍ ଆଗ୍ରହ ରହିଛି। ଶାହରୁଖ୍ ଓ ପ୍ରଭାସଙ୍କ ଖ୍ୟାତି ଦୃଷ୍ଟିରୁ ଏହାକୁ ଭାରତୀୟ ଫିଲ୍ମ ଜଗତର ଏକ ବଡ଼ ଲଢ଼େଇ ବୋଲି କୁହା ଯାଉଛି।



[ad_2]

Leave a Reply

Your email address will not be published. Required fields are marked *

Back to top button