ଦେଶ- ବିଦେଶ

ତାଇବାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩ – Sahana Mela

[ad_1]


ନୂଆଦିଲ୍ଲୀ: ତାଇବାନରେ ଭୂକମ୍ପ ଝଟକା । ଦକ୍ଷିଣ ଚୀନ ସାଗରରେ ଥିବା ଛୋଟ ଦ୍ୱୀପ ତାଇବାନରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୩ ଅଟେ । ଏହା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଝଟକା ଏତେ ଜୋର ଥିଲା ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ଲୋକେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ପଳାଇ ଯାଇଥିଲେ ।

ରଏଟର୍ସ ସୂଚନା ଅନୁଯାୟୀ, ଜିଏଫଜେଡ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେଜ ପକ୍ଷରୁ କୁହାଯାଇଛି, ରବିବାର ସକାଳୁ ସକାଳୁ ତାଇବାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ କେନ୍ଦ୍ରକୁ ନେଇ କୁହାଯାଇଛି ଯେ, ଏହା ୧୦ କିମି ଗଭୀରତାରେ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । ତେବେ ଲୋକମାନଙ୍କୁ ପୁରୁଣା କୋଠାରୁ ବାହାରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷେ ତାଇବାନ ପାଣିପାଗ ବିଭାଗ ସୂଚନା ଅନୁସାରେ, ରବିବାର ଆଉ ଏକ ଭୂକମ୍ପ ଝଟକା ବି ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ୪.୬ । ଏହା ତାଇବାନର ପୂର୍ବ ତଟରେ ଅନୁଭୂତ ହୋଇଥିଲା । ଏହି ଭାଗରେ ଲୋକ ସଂଖ୍ୟା ଖୁବ କମ । ଏହାର କେନ୍ଦ୍ର ତାଇତୁଙ୍ଗ କାଉଣ୍ଟି ଥିଲା ଏବଂ ଏହା ୧୬.୫ ଗଭୀରତାରେ ଅନୁଭୂତ ହୋଇଥିଲା ।

ତେବେ ତୀବ୍ରତା କମ ହେତୁ ଲୋକେ ଏହାକୁ ଅନୁଭବ କରିପାରି ନ ଥିଲ ।



[ad_2]

Leave a Reply

Your email address will not be published. Required fields are marked *

Back to top button