ଦେଶ- ବିଦେଶ

ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ମୁଖ୍ୟ – Sahana Mela

[ad_1]


ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀ। ଏନେଇ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ତାଙ୍କୁ କ୍ଷମା ଦେବାକୁ ନିବେଦନ କରିଛନ୍ତି। ଏଥିସହ ତାଙ୍କ ପାଖରେ ଅଭିଯୋଗ ସଂକ୍ରାନ୍ତରେ ଥିବା କିଛି ଦସ୍ତାବିଜ ଦିଲ୍ଲୀ ପୋଲିସ ଆଗରେ ଆଗରେ ସାର୍ବଜନୀନ କରିବାକୁ ଚାହୁଁଛନ୍ତି।

ଚୀନ୍‌ ସହିତ ସମ୍ପର୍କ ଥିବା ସଙ୍ଗଠନ ସହିତ ଯୋଗାଯୋଗ କରି ଚୀନ୍‌ର ପ୍ରଚାର ପ୍ରସାରଣ କରିବା ଲାଗି ଅର୍ଥ ଗ୍ରହଣ କରୁଥିବା ଅଭିଯୋଗରେ ‘ନ୍ୟୁଜ କ୍ଲିକ’ ଆତଙ୍କବାଦ ନିରୋଧୀ ଆଇନ ‘ୟୁଏପିଏ’ ତଦନ୍ତର ସମ୍ମୁଖୀନ ହୋଇଛି। ‘ନ୍ୟୁଜ କ୍ଲିକ’ କୋଟି କୋଟି ଟଙ୍କା ଗ୍ରହଣ କରିଥିବା କଥା ପ୍ରଥମେ ‘ଦି ନ୍ୟୁୟର୍କ ଟାଇମସ୍‌’ ରିପୋର୍ଟ କରିଥିଲା। ଉକ୍ତ ରିପୋର୍ଟ ଆଧାରରେ ତଦନ୍ତ କରାଯାଇ ‘ନ୍ୟୁଜ କ୍ଲିକ’ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ଗତ ଅକ୍ଟୋବର ମାସରେ ଚକ୍ରବର୍ତ୍ତୀ ଓ ‘ନ୍ୟୁଜ କ୍ଲିକ୍‌’ର ପ୍ରତିଷ୍ଠାତା ପ୍ରବୀର ପୁର୍କାୟସ୍ଥଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଗିରଫ କରିଥିଲା। ଚଢ଼ାଉ ବେଳେ ଜବତ କରାଯାଇଥିବା ମୋବାଇଲ୍‌ ଫୋନ୍‌ ଓ ଲାପ୍‌ଟପ୍‌ ଭଳି ‌ଇଲେକ୍ଟ୍ରୋନିକ୍‌ ଉପକରଣ ସବୁ ଫେରି ପାଇବା ଲାଗି ଗତ ସପ୍ତହରେ ଉପରୋକ୍ତ କୋର୍ଟରେ ପୁର୍କାୟସ୍ଥ ନିବେଦନ କରିଥିଲେ। କିନ୍ତୁ, ବିଚାରପତି ହରଦୀପ କ‌ୌର୍‌ ତାଙ୍କ ଆବେଦନ ଖାରଜ କରିଦେଇଥିଲେ। ସେହିପରି କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ନ୍ୟୁଜ ପୋର୍ଟାଲ ବିରୋଧରେ ଏକ ମାମଲା ରୁଜୁ କରି ଏହାର ଆର୍ଥିକ କାରବାରର ଅନୁଧ୍ୟାନ କରିଥିଲା।



[ad_2]

Leave a Reply

Your email address will not be published. Required fields are marked *

Back to top button