ଖେଳ ଖବର
ଚର୍ଚ୍ଚାରେ ଶୁଭମନ ରଖିଥିବା ୨୦୨୩ ପାଇଁ ଟାର୍ଗେଟ – Sahana Mela

[ad_1]
ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ଶୁଭମନ ଗିଲଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ୩୧ ଡିସେମ୍ବର ୨୦୨୨ରେ ତାଙ୍କର ଆଗାମୀ ବର୍ଷ ପାଇଁ କଣ ଟାର୍ଗେଟ ଥିଲା ତାହା ସେ ଶେୟାର କରିଛନ୍ତି । ଏହି ହାତ ଲେଖା ଫଟୋଟିରେ ସେ ରଖିଥିବା ଲକ୍ଷ୍ୟ ପ୍ରାୟତଃ ହାସଲ କରିଥିଲେ । ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ଶତକ ହାସଲ କରିବା, ପରିବାରକୁ ଖୁସି ରଖିବା, ବିଶ୍ୱକପ ଓ ଆଇପିଏଲରେ ଅରେଞ୍ଜ କପ ତାଙ୍କର ଟାର୍ଗେଟ ରହିଥିଲା । ସେ ଏବେ ଏହି ଲେଖାକୁ ପୋଷ୍ଟ କରିଛନ୍ତି । ୨୦୨୩ରେ କିଛି ଲକ୍ଷ୍ୟ ପୂରଣ କରିଥିବା ବେଳେ ଆଉ କିଛି ରହି ଯାଇଥିଲା ।
୨୦୨୪ ପାଇଁ ମଧ୍ୟ ମୁଁ ମୋ ଟାର୍ଗେଟ ରଖିଛି । ଆଶା କରୁଛି ଏଥିପାଇଁ ଆପ୍ରାଣ ଉଦ୍ୟମ କରିବି । ଟେଷ୍ଟ ବ୍ୟତୀତ ଶୁଭମନ ଉଭୟ ଦିନିକିଆ ଏବଂ ଟି୨୦ରେ ଭଲ ପ୍ରଦର୍ଶନ କରିଛନ୍ତି । ଅନ୍ୟ କ୍ରିକେଟରଙ୍କ ପରି ବିଶ୍ୱକପ ଜିତି ନ ପାରିବା ତାଙ୍କୁ ଦୁଃଖିତ କରିଛି । ତେବେ ଏହାକୁ ଭୁଲି ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଛନ୍ତି ।
[ad_2]