ମନୋରଞ୍ଜନ

ଐତିହାସିକ ଟାଇମ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା ଓଡ଼ିଆଫିଲ୍ମ ‘ଡ଼ିଅର ପୁରୁଷ’ ର ଟ୍ରେଲର – Sahana Mela

[ad_1]

ଭୁବନେଶ୍ଵର: ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା, ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି। ଯାହା ନିଶ୍ଚିତ ଭାବରେ ଭାରତୀୟ ଆଞ୍ଚଳିକ ସିନେମା ପାଇଁ ଏକ ବଡ ସଫଳତା ଏବଂ ମାଇଲଖୁଣ୍ଟ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।

ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ୱାନ ସହ ହାସ୍ୟ ରସକୁ ନେଇ ସମୃଦ୍ଧ ହୋଇଥିବା ଏହି ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ରେ ୬ଜଣ ଦମ୍ପତ୍ତିଙ୍କ ଜୀବନଯାତ୍ରା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ । ସବୁଠାରୁ ବଡ଼ କଥା ହେଲା ଯେ, ଏହି ସିନେମାରେ ଓଡ଼ିଆ ସିନେଜଗତର ଜଣାଶୁଣା ନାୟିକା ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଧରଣର ଲୁକ୍‌ରେ ନଜର ଆସିବେ । ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା । ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

ଏଥି ସହିତ ସିନେମାରେ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ୱେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ୍. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦିପନ୍ଵିତ ଦାସ ମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନାୟାଜିଦାନ୍, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ୱାଇଁ, ବିକି ମିଶ୍ର ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ।

ଏହାକେବଳ ‘ଡ଼ିଅର୍ ପୁରୁଷ’ର ସଫଳତାକୁ ସୂଚାଉ ନାହିଁ ବରଂ ଆଞ୍ଚଳିକ ସିନେମା ଉପରେ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ସହ ଆଗକୁ ବଢ଼ିବାର ଦ୍ୱାରକୁ ଉନ୍ମୁକ୍ତ କରୁଛି । ଯଦି ବିଷୟ ବସ୍ତୁ ଶକ୍ତିଶାଳୀ ଅଛି, ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସୀମା ମଧ୍ୟରେ ରହିବ ନାହିଁ ।

ପ୍ରଖ୍ୟାତ ସିନେମାଟୋଗ୍ରାଫର୍ ଇଶ୍ୱର ବାରିକ ଲେନ୍ସ ପଛରେ ରହି ‘ଡ଼ିଅର୍ ପୁରୁଷ’ ସିନେମା ରେ ନିଜର ଯାଦୁ ଦେଖାଇଥିବା ବେଳେ ଯୁବସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦଙ୍କ ନିର୍ଦ୍ଦେଶିତ ଗୀତ କାହାଣୀକୁ ସମୃଦ୍ଧ କରିଛି । ସିନେମାର ଅଫିସିଆଲ୍ ଟିଜର୍ ଏବଂ ଟ୍ରେଲର ସିଦ୍ଧାର୍ଥ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ଥିବା ବେଳେ ଆତ୍ମାକୁ ଛୁଇଁଲା ପରି ମେଲୋଡି, ଚମତ୍କାର ଅଭିନୟ ଏବଂ ଆକର୍ଷଣୀୟ କାହାଣୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି । ଯାହା ଆମକୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରୁଛି।

ଏହି ଅବସରରେ ଚଳଚ୍ଚିତ୍ରର ନିର୍ମାତା ତଥା ଝିଲିକ୍ ପ୍ରଡକସନ୍ ର ପ୍ରତିଷ୍ଠାତା ଝିଲିକ୍ ଭଟ୍ଟାଚାର୍ଯ୍ୟ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତିଯେ, ଟାଇମ୍ସ ସ୍କୋୟାରରେ ସ୍ଥାନ ପାଇବା କେବଳ ‘ଡ଼ିଅର୍ ପୁରୁଷ’ ପାଇଁ ବିଜୟ ନୁହେଁ ବରଂ ସମଗ୍ର ଆଞ୍ଚଳିକ ସିନେମା ପାଇଁ ବିଜୟ । ବିଶେଷ କରି ଓଡିଆ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପ ପାଇଁ ଏହା ଏକ ବିରାଟ ସଫଳତା । ଏହା ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଏଡ଼ାଇବା ଏବଂ ବିଶ୍ୱବ୍ୟାପୀ ବିଭିନ୍ନ ଦର୍ଶକଙ୍କ ସହ ଯୋଡି ହେବା ଦିଗରେ ବଳିଷ୍ଠ କାହାଣୀର ବିଶେଷ ଭୂମିକା ରହିଛି ।

ଏହି ଐତିହାସିକ କୀର୍ତ୍ତି ସହିତ ଓଡ଼ିଶା ସମେତ ଭାରତର ଅନ୍ୟ ଅଞ୍ଚଳରେ ଜାନୁଆରୀ ୧୧ ତାରିଖ, ଗୁରୁବାର ଦିନ ମୁକ୍ତିଲାଭ କରିବାକୁ ଯାଉଥିବା ‘ଡ଼ିଅର୍ ପୁରୁଷ’ ବିଶ୍ୱବ୍ୟାପୀ ଦର୍ଶକଙ୍କୁ ଆକର୍ଷିତ କରିବା ସହ ପୁରୁଷଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ବିଶ୍ୱସ୍ତରରେ ଆଲୋଚ୍ୟ ପ୍ରସଙ୍ଗ ହେବ ବୋଲି‌ ସିନେମାର ପୁରା ଟିମ୍ ଆଶାବାଦୀ ଅଛନ୍ତି।

 

[ad_2]

Leave a Reply

Your email address will not be published. Required fields are marked *

Back to top button