ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ – Sahana Mela
[ad_1]
ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଲୋୟର ସୁକ୍ତେଲ ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ। ଏତଦବ୍ୟତୀତ ୩୦୫ କୋଟିର ୬୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଲକ୍ଷାଧିକ ଏକର ଜମି ଜଳସେଚିତ ହୋଇ ପାରିବ ଏବଂ ବଲାଙ୍ଗୀର ଜିଲ୍ଲାର ଦୁଇଟି ସହରାଞ୍ଚଳର ଲକ୍ଷାଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରକଳ୍ପରୁ ଭୂତଳ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରାଯିବ, ଯଦ୍ୱାରା ଜଳସେଚନ ସମୟରେ ଜଳ ଅପଚୟ ହେବ ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ବଲାଙ୍ଗିର ଜିଲ୍ଲାର ଜଳସେଚନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ ହେବ।
୧୯୯୯ ମସିହାରୁ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଥିବାବେଳେ ପ୍ରଥମ ପାଳିରୁ ଏହାର କାର୍ଯ୍ୟାନ୍ୱୟନ ପାଇଁ ନବୀନ ସରକାର ଉଦ୍ୟମ କରି ଆସୁଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାମକୁ ଅଗ୍ରାଧିକାର ଦେଇ ବିସ୍ଥାପିତଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଓ ଥଇଥାନର ଉଚିତ ବ୍ୟବସ୍ଥା ପରେ ପ୍ରକଳ୍ପ ପ୍ରତି ସୃଷ୍ଟି ହୋଇଥିଲା ସକାରାତ୍ମକ ବାତାବରଣ। ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରକଳ୍ପ ‘୫-ଟି’ ଅଧୀନକୁ ଆସିବା ପରେ ମାତ୍ର ତିନି ବର୍ଷରେ ଶେଷ ହେବାକୁ ସକ୍ଷମ ହୋଇଥିଲା।
ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିସନର୍ ଅନୁ ଗର୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବିଧାୟକ ନରସିଂହ ମିଶ୍ର, ମୁକେଶ ମହାଲିଙ୍ଗ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଅଛନ୍ତି।
[ad_2]