ସ୍ୱାସ୍ଥ୍ୟ

ଶୀତଦିନେ ମହିଳାମାନେ ନିଶ୍ଚିତ ଖାଆନ୍ତୁ ରାଶି, ଏଥିରେ ରହିଛି ଅନେକ ଉପକାରୀ ଗୁଣ – Sahana Mela

[ad_1]

ଭୁବନେଶ୍ଵର; ରାଶି ଆମ ଶରୀର ପାଇଁ ବହୁତ ଲାଭଦାୟକ। ରାଶିକୁ ସାଧାରଣତଃ ଶୀତଦିନେ ହିଁ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ଏହି ଦିନ ମାନଙ୍କରେ ଘରେ ରାଶିରେ ଲଡୁ ଓ ଉପମା ପ୍ରସ୍ତୁତ କରାଯାଇଥାଏ। 

ବିଶେଷଜ୍ଞଙ୍କ କହିବା ଅନୁସାରେ ରାଶିରେ କ୍ୟାଲସିୟମ, ଆଇରନ୍, ପୋଟାସିୟମ, ପ୍ରୋଟିନ୍, ଭିଟାମିନ୍ ଏ, ସି ଓ ସୋଡିୟମ୍ ରହିଛି। ତେଣୁ ବିଶେଷକରି ମହିଳାଙ୍କୁ ଶୀତଦିନେ ରାଶି ଖାଇବା ଉଚିତ୍। ଯାହା ସେମାନଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। 

ତେବେ ଆସନ୍ତୁ ଜାଣିବା ଶୀତଦିନେ ରାଶି ଖାଇଲେ, ମହିଳାଙ୍କୁ କେଉଁସବୁ ଫାଇଦା ମିଳିଥାଏ।

୧. ରାଶିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି, ଯାହା ଶରୀରର ହାଡ଼କୁ ମଜବୁତ୍ କରିଥାଏ। ଏହାକୁ ଖାଇଲେ ଶରୀରର ଥକାପଣ ଦୂର ହୋଇଥାଏ।

୨. ଅଧିକାଂଶ ମହିଳାଙ୍କର ମାସିକ ଋତୁଚକ୍ରରେ ଅନିୟମିତତା ଦେଖାଦେଇଥାଏ। ରାଶି ଖାଇବା ଦ୍ଵାରା ଏହି ସମସ୍ୟାରୁ ଉପଶମ ମିଳିଥାଏ। କାରଣ ରାଶିରେ ଫ୍ୟାଟି ଏସିଡ୍ ରହିଛି। ଯାହା ଋତୁଚକ୍ରକୁ ନିୟମିତ କରିଥାଏ।

୩. ରାଶିରେ ଭିଟାମିନ୍ ସି ଥିବାରୁ ଏହା ଶରୀରରେ ଏଷ୍ଟ୍ରୋଜେନ୍ ହରମୋନର ଲେଭଲକୁ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଶରୀରରେ ଅନେକ ପ୍ରକାରର ହରମୋନ ସନ୍ତୁ​ଳିତ ରହିଥାନ୍ତି। 

୪. ରାଶି ସୁନ୍ଦର ତ୍ଵଚା ପାଇଁ ବହୁତ ଉପକାରୀ। ଏହାକୁ ଖାଇଲେ ଆପଣଙ୍କୁ ତ୍ଵଚାକୁ ଜରୁରୀ ପୋଷଣ ମିଳିଥାଏ।

୫. ଏପରିକି ରାଶିରେ ଓମେଗା-୩ ଫ୍ୟାଟି ଏସିଡ ରହିଛି। ଯାହା ମହିଳାଙ୍କ ଶରୀରକୁ ଶକ୍ତି ଦେଇଥାଏ।

ସୂଚନାଯୋଗ୍ୟ, ରାଶି ଏକ ଉପକାରୀ ଖାଦ୍ୟ। କିନ୍ତୁ ଏହାକୁ ସୀମିତ ମାତ୍ରାରେ ସେବନ କରନ୍ତୁ। ଯଦି ରାଶି ଖାଇବାଦ୍ଵାରା ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

[ad_2]

Leave a Reply

Your email address will not be published. Required fields are marked *

Back to top button