ଦେଶ- ବିଦେଶ

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା: ମାଳଦ୍ୱୀପର ୩ମନ୍ତ୍ରୀ ନିଲମ୍ବିତ – Sahana Mela

[ad_1]


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ ।ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ହାସନ ଜିହାନ ଏବଂ ଯୁବ ସଶକ୍ତିକରଣ, ସୂଚନା ଏବଂ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମାଲଶା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ସମୟରେ ଶେୟାର ହୋଇଥିବା କିଛି ଫଟୋ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବିରୋଧରେ ଅପମାନଜନକ ଏବଂ ଜାତିବାଦୀ ମନ୍ତବ୍ୟ ଦେଇଥିଲେ ଏହି ୩ ମନ୍ତ୍ରୀ। ଭାରତୀୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା ପରେ ଏହି ତିନି ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ଏହା ପୂର୍ବରୁ ମାଳଦ୍ବୀପର ଯୁବ ବ୍ୟାପାର ମନ୍ତ୍ରୀ ମରିୟମ ଶିଆନା ଏକ୍ସରେ ଲେଖିଥିଲେ, ମୋଦି ହେଉଛନ୍ତି ଜଣେ ଜୋକର ଓ ଇସ୍ରାଏଲର ଗୋଡ଼ାଣିଆ । ପୁଣି ଭାରତୀୟ ହୋଟେଲରୁ ଦୁର୍ଗନ୍ଧ ହୁଏ ବୋଲି ସେ ଲେଖିଥିଲେ । ଏହାକୁ ନେଇ ବିବାଦ ହେବା ପରେ ସେ ଏହି ଟୁଇଟ ଡିଲିଟ କରିଦେଇଥିଲେ । ସେହିପରି ଅନ୍ୟ ଦୁଇ ମନ୍ତ୍ରୀ ମଧ୍ୟ ଭାରତ ବିରୋଧରେ ବୟାନ ଦେଇଥିଲେ ।

ଏହାକୁ ନେଇ ବଡ଼ ବିବାଦ ହେବା ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ହଜାର ହଜାର ଭାରତୀୟ ମାଳଦ୍ବୀପ ଗସ୍ତକୁ ବାତିଲ କରିଦେଇଛନ୍ତି । ଏହାକୁ ନେଇ ମାଳଦ୍ବୀପ ସରକାରଙ୍କ ଚିନ୍ତା ବଢିଯାଇଛି । ଭାରତ ସହ ସମ୍ପର୍କ ରକ୍ଷା ପାଇଁ ମାଳଦ୍ବୀପ ସରକାର ଏହି ୩ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରିଛନ୍ତି ।

 

 

 



[ad_2]

Leave a Reply

Your email address will not be published. Required fields are marked *

Back to top button