ମନୋରଞ୍ଜନ

କିଙ୍ଗ୍ ସେଟରୁ ଲିକ୍ ହେଲା ଅଭିଷେକ ବଚ୍ଚନଙ୍କ ପ୍ରଥମ ଲୁକ୍, ଭାଇରାଲ ହେଉଛି ଫଟୋ

ରାଜା ଶୀବାଜୀ ଫିଲ୍ମରେ ନଜର ଆସିଥିଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଯାହା ବକ୍ସ ଅଫିସରେ ଧମାଲ୍ କରୁଛି । ଏବେ କିନ୍ତୁ ଅଭିଷେକ ଫିଲ୍ମ କିଙ୍ଗ ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହାରି ମଧ୍ୟରେ କିଙ୍ଗ୍ ସୁଟିଂ ସେଟରୁ ଅଭିନେତାଙ୍କ ପ୍ରଥମ ଲୁକ୍ ଲିକ୍ ହୋଇଛି ।

କିଙ୍ଗ୍ ଫିଲ୍ମରେ ଜବରଦସ୍ତ ଆକ୍ସନରେ ଅଭିନୟ କରୁଥିବାର ନଜର ଆସିବେ  ଅଭିଷେକ । ସେଟରୁ ତାଙ୍କର କିଛି ଫଟୋ ଲିକ୍ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭାଇରାଲ ହେଉଥିବା ଏହି ଫଟୋରେ ଜୁନିୟର ବଚ୍ଚନଙ୍କୁ ହାଫ୍-ସେଫ୍ ହେୟାରଷ୍ଟାଇଲ ସହିତ ସଲ୍ଟ ଆଣ୍ଡ୍ ପେପର ଦାଢିରେ ଦେଖିବାକୁ ମିଳିଛି । ଏଥିସହିତ ସେ ହାତରେ ବନ୍ଧୁକ ଧରି କାର୍ ଦୁର୍ଘଟଣା ଏବଂ କ୍ଲାଇସେମିକ୍ ସିକ୍ବେନ୍ସର ସୁଟିଂ କରୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଅଭିଷେକ ନେଗେଟିଭ୍ କ୍ୟାରେକ୍ଟରରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ ଦର୍ଶକ ।

ଏହା ପୂର୍ବରୁ କିଙ୍ଗ ସେଟରୁ ଶାହରୁଖ ଖାନ୍ ଏବଂ ଦୀପିକାଙ୍କ  ଫଟୋ ଏବଂ ଭିଡିଓ ମଧ୍ୟ ଲିକ୍ ହୋଇଥିଲା । ଯେଉଁଥିରେ ସେମାନେ ରୋମାଣ୍ଟିକ୍ ଲୁକରେ ନଜର ଆସିଥିଲେ । ଲିକ୍ ହେବା ପରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି ଯେ, ‘‘ମୁଁ ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଦୟାକରି କିଙ୍ଗ ସେଟରୁ ଲିକ୍ ହୋଇଥିବା ମଲ୍ଟିମିଡିଆ ପୋଷ୍ଟ ସେୟାର କରନ୍ତୁ ନାହିଁ । ସିନେମାଟିକ୍ ଏକ୍ସପିରିଏନ୍ସ ପାଇଁ ଆମର ଟିମ୍ ୨୪ ଘଣ୍ଟା ଧରି କାମ କରୁଛନ୍ତି । ବଡ଼ ପରଦାରେ ଆସିବାକୁ ଥିବା ସପ୍ରାଇଜକୁ ଅପେକ୍ଷା କରିବା । ଆପଣମାନଙ୍କ ଭଲପାଇବା ଏବଂ ସପୋର୍ଟ ପାଇଁ ଧନ୍ୟବାଦ ।’’

ଯଦି ଏହି ଫିଲ୍ମ କଥା କୁହାଯାଏ ତେବେ ଏଥିରେ ଅଭିଷେକଙ୍କ ସମେତ ସୁହାନା ଖାନ୍, ଅନିଲ କପୁର, ଶାହରୁଖ ଖାନ୍, ଜ୍ୟାକି ଶ୍ରଫ୍, ଅର୍ଶଦ ୱାର୍ସି, ଜୟଦୀପ ଆହଲାୱତ, ଅଭୟ ବର୍ମା, ରାଘବ ଜୁୟାଲ, ଅକ୍ଷୟ ଓବେରୟ ଏବଂ ରାଣୀ ମୁଖାର୍ଜୀଙ୍କ ସମେତ ଅନେକ ବଡ଼ ଷ୍ଟାରଙ୍କୁ ଏକାଠି କରାଯାଇଛି । ପ୍ରଶଂସକମାନେ ଫିଲ୍ମକୁ ନେଇ ଅତ୍ୟନ୍ତ ଉତ୍ସାହିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button