ରାଜନୀତି

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି – Sahana Mela

[ad_1]


ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି । ଏନେଇ ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) ଭେଣୁ ଗୋପାଳ ଏକ ତାଲିକା ଘୋଷଣା କରିଛନ୍ତି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବାବେଳେ ୧୮ ଜଣ ସଦସ୍ୟ ଭାବେ ଉକ୍ତ କମିଟିରେ ସ୍ଥାନ ପାଇଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡ. ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅମିତା ବିଶ୍ୱାଳ, ଅଜୟନ୍ତୀ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ମାନସ ଚୌଧିରୀ, ସସ୍ମିତା ବେହେରା, ଶୁଭେନ୍ଦୁ ମହାନ୍ତି ଙ୍କ ସମେତ ଏକ୍‌ସ ଅଫିସିଓ ସଦସ୍ୟ ହିସାବରେ ଯୁବ, ଛାତ୍ର, ମହିଳା ଓ ସେବାଦଳର ରାଜ୍ୟ ସଭାପତି ବା ଅଧ୍ୟକ୍ଷ ରହିଛନ୍ତି । ଏନେଇ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମ ସଂଯୋଜକ ଦିପକ କୁମାର ମହାପାତ୍ର ଜଣାଇଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button