ଦେଶ- ବିଦେଶ

କୌଣସି କାରଣ ବସତଃ ସିପିଏଲ୍ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୧୦ଲକ୍ଷ ଟଙ୍କା – Sahana Mela

[ad_1]


ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସୀମା ସଡ଼କ ସଂଗଠନ / ଜେନେରାଲ ରିଜର୍ଭ ଇଞ୍ଜିନିୟର ପୋର୍ସ ଦ୍ଵାରା ବିଭିନ୍ନ ଜାରି ପରିଯୋଜନା କାର୍ଯ୍ୟ ପାଇଁ ନିୟୋଜିତ କଣ୍ଟିଜେଣ୍ଟ ପେଡ୍ ୱାର୍କର୍ସ (ସିପିଏଲ୍) କର୍ମଚାରୀଙ୍କ ପାଇଁ ଏକ ଗ୍ରୁପ୍ ବୀମା ଯୋଜନା ଆରମ୍ଭ କରିବାକୁ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଅଧୀନରେ କୌଣସି ସିପିଏଲ୍ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ବା ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ବୀମା ରାଶି ପ୍ରଦାନ କରାଯିବ।

ବିପଜ୍ଜନକ କାର୍ଯ୍ୟସ୍ଥଳୀ, ଖରାପ ପାଣିପାଗ, ସୁର୍ଗମ ସ୍ଥାନ ଏବଂ ଟଙ୍କାପଇସା କାରଣରୁ ହେଉଥିବା ସ୍ଵାସ୍ଥ୍ୟଜନିତ ସମସ୍ୟା ବେଳେ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ସିପିଏଲ କର୍ମଚାରୀଙ୍କ ସ୍ଵାସ୍ଥ୍ୟକୁ ନଜରରେ ରଖି ଏବଂ ରିପୋର୍ଟ ଅନୁସାରେ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ମ଼ତ୍ୟୁକୁ ବିଚାର କରି ମାନବିକତା ଦୃଷ୍ଟିରୁ ସେମନାଙ୍କୁ ବୀମା ଯୋଗାଇଦେବା ସିପିଏଲ୍ କର୍ମଚାରୀଙ୍କ ପାଇଁ ଏକ ଉଚିତ ପଦକ୍ଷେପ ହେବ । ଏହି ଯୋଜନା ଦେଶର ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ସିପିଏଲ କର୍ମଚାରୀମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଏବଂ କଲ୍ୟାଣକାରୀ ପଦକ୍ଷେପ ଭାବରେ କାର୍ଯ୍ୟ କରିବ | ଏହା ସେମାନଙ୍କ ପରିବାରର ଜୀବିକା ନିର୍ବାହ କରିବାରେ ସାହାର୍ଯ୍ୟ କରିବ |

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ସିପିଏଲ୍ ର ଉନ୍ନତି ପାଇଁ ନିକଟରେ ଅନେକ କଲ୍ୟାଣମୂଳକ ପଦକ୍ଷେପକୁ ଅନୁମୋଦନ କରିଛନ୍ତି । ସେଗୁଡିକ ହେଉଛି:-

  • ପାର୍ଥିବ ଶରୀରର ସଂରକ୍ଷଣ ଏବଂ ପରିବହନ ଏବଂ ସହାୟକର ପରିବହନ ଭତ୍ତା ପାଇଁ ଯୋଗ୍ୟତା |
  • ଅନ୍ତିମ ସଂସ୍କାର ସହାୟତାକୁ ୧୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ।
  • ମୃତ୍ୟୁ ଇତ୍ୟାଦିରେ ତୁରନ୍ତ ସହାୟତା ଭାବରେ ୫୦,୦୦୦ ଟଙ୍କା ମୂଲ୍ୟର ସହାୟତା ରାଶୀ |



[ad_2]

Leave a Reply

Your email address will not be published. Required fields are marked *

Back to top button