ଦେଶ- ବିଦେଶ

ମୁମ୍ବାଇ ଡୋମ୍ବିଭଲିରେ ଥିବା ଏକ ବହୁ ତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ  – Sahana Mela

[ad_1]


ମୁମ୍ବାଇ: ମୁମ୍ବାଇର ଡୋମ୍ବିଭଲିରେ ଥିବା ଏକ ବହୁ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ ମହଲାର ଏକ ଗ୍ୟାଲେରୀ ଜଳି ଯାଇଛି। ଡୋମ୍ବିଭଲି ଲୋଢା ଫେଜ୍‌-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମାତ୍ର ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ଏବେ ବି ୩ଟି ଦମକଳ ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ରହିଛି ।ଏହି ଟାଓ୍ବାରର ତୃତୀୟ ମହଲା ପର୍ଯ୍ୟନ୍ତ ଲୋକ ରହୁଥିଲେ। ହଠାତ ନିଆଁ ଲାଗି ଉପର ମହଲାକୁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡ ପରେ ଏଠାରେ ରହୁଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଲ୍ଡିଂର ଉପର ମହଲାରେ ଭୟଙ୍କର ନିଆଁ ଲାଗିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button