ଦେଶ- ବିଦେଶ

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା: ଏହି ରାଜ୍ୟଗୁଡ଼ିକରେ ଡ୍ରାଏ ଡେ’ – Sahana Mela

[ad_1]


ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଆସନ୍ତା ୨୨ ଜାନୁୟାରୀରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହାକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟରେ ଡ୍ରାଏ ଡେ କରାଯିବ। ଉତ୍ତର ପ୍ରଦେଶର ଅବକାରୀ ବିଭାଗ ସବୁ ମଦ ଦୋକାନ ୨୨ ଜାନୁୟାରୀରେ ବନ୍ଦ ରଖୁବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟର ସବୁ ମଦ ଦୋକାନ ୨୨ ଜାନୁୟାରୀରେ ବନ୍ଦ ରହିବ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ଉତ୍ତରପ୍ରଦେଶ ସହ ଅନ୍ୟ ୪ ରାଜ୍ୟରେ ମଧ୍ୟ ଡ୍ରାଏ ଡେ ଘୋଷଣା କରାଯାଇଛି। ଆସାମ, ଉତ୍ତରାଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ ଏହି ଦିନ ଡ୍ରାଏ ଡେ ପାଳନ ହେବ। ଆସାମର ମୁଖ୍ୟମନ୍ତ୍ରୀ ୨୨ ଜାନୁୟାରୀରେ ରାଜ୍ୟରେ ଡ୍ରାଇ ଡେ ଘୋଷଣା କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆସାମ କ୍ୟାବିନେଟ୍‌ର ବୈଠକରେ ରାମଲାଲାଙ୍କ ବିରାଜମାନର ପ୍ରାଣ ପ୍ରତିଷ୍ଠାର ଅବସରରେ ଡ୍ରାଏ ଡେ କରିବାକୁ ନିଷ୍ପତ୍ତି ହୋଇଛି।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଡ୍ରାଏ ଡେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡାକଡି ଭାବରେ ପାଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିସହ ଲୋକଙ୍କୁ ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ୨୨ ଜାନୁୟାରୀରେ ପ୍ରମୁଖମନ୍ଦିର ଓ ଗୁରୁଦ୍ବାରା ଗୁଡ଼ିକରେ ପ୍ରସାଦ ବିତରଣର ପରାମର୍ଶ ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ।  ଛତିଶଗଡ଼ ସରକାର ୨୨ ଜାନୁୟାରୀରେ ଡ୍ରାଇ ଡେ ପାଳନ କରିବାକୁ ନିଷ୍ପତ୍ତ ନେଇଛନ୍ତି।ଏଥିପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button