ଦେଶ- ବିଦେଶ

ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା – Sahana Mela

[ad_1]


ନୂଆଦିଲ୍ଲୀ: ଖରା, ବର୍ଷା, ଶୀତକୁ ଖାତିର ନ କରି ସେମାନେ ଦିନରାତି ସୀମାରେ ପଇଁତରା ମାରନ୍ତି। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ମଧ୍ୟ ଶତ୍ରୁପକ୍ଷର ଗୁଳିରେ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି। ସେନା ଦିବସ ଅବସରରେ ଏହି ବୀର ଯବାନମାନଙ୍କୁ ସଲାମ। ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ସାର୍ ଫ୍ରାନସିସ ବୁଚରଙ୍କଠାରୁ ଭାରତର ଫିଲ୍ଡ ମାର୍ଶଲ କେ. ଏମ୍. କରିଅପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ ।

ପରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସେ ନେଇଥିଲେ ଭାରତୀୟ ସେନାର ନେତୃତ୍ବ । ତାଙ୍କର ଦକ୍ଷତା ଓ ବୀରତ୍ବକୁ ସମ୍ମାନ ଜଣାଇ ସରକାର ଲେଫ୍ଟନାଣ୍ଟ କେଏମ କରିୟପ୍ପାଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ଦେଇଥିଲେ । ଫିଲ୍ଡ ମାର୍ଶଲ କରିୟପ୍ପା ଭାରତୀୟ ସେନାର ପ୍ରଥମ ଅଧିକାରୀ ଭାବରେ ପାଞ୍ଚ ତାରକା ମାନ୍ୟତା ପାଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଓ ୧୯୪୭ର ପ୍ରଥମ ଇଣ୍ଡୋ-ପାକ ଯୁଦ୍ଧରେ ସେନାର ନେତୃତ୍ବ ନେଇଥିଲେ। ୧୯୧୯ ମସିହାରେ ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ଭାରତୀୟଙ୍କ ଗୋଷ୍ଠୀରେ ସେନା ପାଇଁ ମନୋନୀତ ହୋଇଥିଲେ । ଫିଲ୍ଡ ମାର୍ଶଲ କେଏମ କରିୟାପ୍ପାଙ୍କୁ ‘ଅର୍ଡର ଅଫ ଦି ଲେଜିଅନ ଅଫ ମେରିଟ’ ପ୍ରଦାନ କରାଯାଇଥିଲା । ବ୍ରିଟିଶ ରାଷ୍ଟ୍ରପତି ହ୍ୟାରି ଟ୍ରୁମାନଙ୍କ ଦ୍ବାରା ଭାରତୀୟ ଜେନେରାଲକୁ ଦିଆଯାଇଥିବା ପ୍ରଥମ ପୁରସ୍କାର ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ପାଇଥିଲେ ।

୧୯୮୩ ରେ ତାଙ୍କୁ ଫିଲ୍ଡ ମାର୍ଶଲ ମାନ୍ୟତା ଦିଆଯାଇଥିଲା । ଭାରତୀୟ ସେନାରୁ ଅବସର ନେବା ପରେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ୧୯୫୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ହାଇ-କମିଶନର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ସାହସିକତା ଦକ୍ଷତା ସବୁବେଳେ ଭାରତୀୟ ସେନାର ପ୍ରେରଣା ହୋଇ ରହିଛି । BRSରେ ହେବେ ସାମିଲଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସ୍ବାଧିନ ଭାରତର ପ୍ରଥମ ସ୍ଥଳସେନା ଅଧ୍ୟକ୍ଷ ଭାବେ ୧୫ ଜାନୁୟାରୀରେ ଦାୟିତ୍ବ ନେଇଥିଲେ । ଯାହା ଭାରତୀୟ ସେନା ପାଇଁ ଏକ ଐତିହାସିକ ଦିନ । ଯେତେବେଳେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ସେତେବେଳେ ଭାରତୀୟ ସେନାର ସୈନ୍ୟ ସଂଖ୍ୟା ୨ ଲକ୍ଷ ଥିଲା ।

କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସର ନେଇଥିଲେ । ୯୪ ବର୍ଷ ବୟସରେ ୧୯୯୩ରେ ତାଙ୍କର ନିଧନ ହୋଇଥିଲା । ରାଜା ରାଜୁଡା ସମୟରେ ରାଜା ମାନେ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜସ୍ବ ସୈନ୍ୟ ଶକ୍ତି ରଖୁଥିଲେ । ହେଲେ ପ୍ରଥମ ଥର ୧୭୭୬ ରେ ଭାରତରେ ବ୍ରିଟିଶ ସରକାର ତଥା ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତା ଠାରେ ସେନା ଗଠନ କରିଥିଲା । ପରେ ଏହାକୁ ବ୍ରିଟିଶ ଭାରତୀୟ ସେନା ଭାବେ ମାନ୍ୟତା ମିଳିଥିଲା । ଦେଶ ସ୍ବାଧୀନ ହେବାର ପରବର୍ତ୍ତୀ ସମୟରେ ଭାରତୀୟ ସ୍ଥଳସେନା ଭାବେ ମାନ୍ୟତା ପାଇଥିଲା ।

 



[ad_2]

Leave a Reply

Your email address will not be published. Required fields are marked *

Back to top button