ଦେଶ- ବିଦେଶ

ବେଲୁଚିସ୍ତାନ ଉପରେ ଇରାନର ମିଶାଇଲ ମାଡ଼, ଚେତାବନୀ ଦେଲା ପାକିସ୍ତାନ – Sahana Mela

[ad_1]


ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବା ସୂଚନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ କହିଛି ଏହା ବେଆଇନ ଓ ଏହାର ଭୟଙ୍କର ପରିମାଣ ଇରାନକୁ ଭୋଗିବାକୁ ହେବ ବୋଲି ପାକିସ୍ତାନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏହି ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି।

ପାକିସ୍ତାନର ବାୟୁସୀମାକୁ ବେଆଇନ ଭାବେ ଉଲ୍ଲଂଘନ କରିଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି। ଏନେଇ ଇସଲାମାବାଦରେ ଅବସ୍ଥାପିତ ଥିବା ତେହେରାନର ବରିଷ୍ଠ କୂଟନୈତିଜ୍ଞଙ୍କୁ ଜବାବ ତଲବ କରିଛି ପାକିସ୍ତାନ। ସେପଟେ ଯଦିଓ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କେଉଁଠାରେ ଆକ୍ରମଣ ହୋଇଛି ସେନେଇ ସ୍ପଷ୍ଟ ବିବୃତ୍ତି ଜାରି କରାଯାଇ ନାହିଁ। ତଥାପି ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରୁ ବାଲୁଚିସ୍ତାନ ପ୍ରଦେଶରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି କି ପାକିସ୍ତାନର ସଂପ୍ରଭୁତାର ଉଲ୍ଲଂଘନ ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଥିପାଇଁ ଇରାନକୁ ଭୟଙ୍କର ପରିମାଣ ଭୋଗିବାକୁ ପଡ଼ିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ମଙ୍ଗଳବାର ହୋଇଥିବା ଏହି ମିଶାଇଲ ମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି। ତେବେ ଏହି ଆକ୍ରମଣକୁ ନେଇ ଇରାନ ପକ୍ଷରୁ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ଆସିପାରିନାହିଁ।

ତେହେରାନ ଓ ଇସଲାମାବାଦ ପରସ୍ପର ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୋଷ ଠେଲାଠେଲି ହୋଇଥାନ୍ତି। କିନ୍ତୁ ଇରାନ ପକ୍ଷରୁ ହୋଇଥିବା ଏହି ଏୟାରଷ୍ଟ୍ରାଇକ ସମସ୍ତଙ୍କୁ ଚକିତ କରିଦେଇଛି।




[ad_2]

Leave a Reply

Your email address will not be published. Required fields are marked *

Back to top button