ଦେଶ- ବିଦେଶ

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଏହି ସବୁ ରାଜ୍ୟରେ ବର୍ଷା ଆଶଙ୍କା – Sahana Mela

[ad_1]


ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। କେବଳ ସାଧାରଣ ଜନଜୀବନ ନୁହେଁ, ବରଂ ବିମାନ, ରେଳ ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ବିମାନର ଉଡ଼ାଣ ବାତିଲ ହେଉଥିବା ବେଳେ ଅନେକେ ବିଳମ୍ବରେ ଉଡାଣ ଭରୁଥିବା ଦେଖିବାକୁ ମିଳିଛି। ସେହିପରି ଘନ କୁହୁଡ଼ି ପାଇଁ ଟ୍ରେନ ଗୁଡ଼ିକ ବିଳମ୍ବରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ପାଇଁ ପାଖାପାଖି ୧୨୦ଟି ବିମାନ ବିଳମ୍ବରେ ଯାତାୟତ କରୁଥିବା ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ବୁଧବାର ସକାଳେ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଘନ କୁହୁଡି ହୋଇଥିବା ଦେଖିବାକୁ ମିଳିଥିଲା। ବୁଧବାର ସକାଳେ ଦିଲ୍ଲୀର ତାପମାତ୍ରା ୭ ଡିଗ୍ରୀରୁ କମ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ଆସନ୍ତା ତିନି ଦିନ ଘନ କୁହୁଡ଼ି ଦେଖାଦେବ। ଦିନରେ କିଛି ମାତ୍ରାରେ ସୂର୍ଯ୍ୟକିରଣ ଫାଇଦା ନେବେ ଦିଲ୍ଲୀବାସୀ। କିନ୍ତୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୀତ ଲହର ଜାରି ରହିବ। ତାପମାତ୍ରା ଆହୁରି ଖସିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ମଧ୍ୟ ପ୍ରଦେଶର ଉତ୍ତର ଭାଗ, ଉତ୍ତରପ୍ରଦେଶ, ରାଜସ୍ଥାନରେ ଘନ କୁହୁଡ଼ି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସେପଟେ ଆଜି ଗୁଜୁରାଟର ଅହମ୍ମଦାବାଦ ସମେତ ଡିସା, ପୋରବନ୍ଦରର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି। ସେହିପରି ମଧ୍ୟପ୍ରଦେଶର ଭୋପାଳ, ସାଗର, ଗୁଣା, ଇନ୍ଦୋରରେ ମଧ୍ୟ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ କରିଛି। ମୁମ୍ବାଇରେ ମଧ୍ୟ ବର୍ଷା ଆଶଙ୍କା କରିଛି ବିଭାଗ। ସେହିପରି କାଶ୍ମୀରର ଅଧିକାଂଶ ଜିଲ୍ଲାରେ ପାରଦ ଶୂନ ଡିଗ୍ରୀ ତଳେ ରହିଛି। ଲଦାଖ ଓ ଉତ୍ତରାଖଣ୍ଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଉଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।




[ad_2]

Leave a Reply

Your email address will not be published. Required fields are marked *

Back to top button