ଦେଶ- ବିଦେଶ

ସର୍ବ ପୁରାତନ ବ୍ଲାକହୋଲର ସନ୍ଧାନ କଲା ନାସାର ଜେମ୍ସ ୱେବ୍ ଟେଲିସ୍କୋପ – Sahana Mela

[ad_1]


ୱାଶିଂଟନ୍: ମହାକାଶରେ ଥିବା ସବୁଠାରୁ ପୁରାତନ ବ୍ଲାକ ହୋଲର ସନ୍ଧାନ କରିଛି ନାସାର ଜେମ୍ସ ୱେବ୍ ଟେଲିସ୍କୋପ। ଏହି ବ୍ଲାକ ହୋଲ ବ୍ରହ୍ମାଣ୍ଡର ଆରମ୍ଭ ସମୟରୁ ଥିବା କୁହାଯାଉଛି।ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ଯେ ଏହା ଆକାଶଗଂଗାକୁ ନିଜ ଭିତରେ ସମାହିତ କରିବାରେ ଲାଗିଛି।

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଟିମ୍‌ ଏହା ଉପରେ ଗବେଷଣା ଜାରି ରଖିଥିଲେ। ଏହାକୁ ଦେଖିବା ପାଇଁ ସେମାନେ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ (JWST) ବ୍ୟବହାର କରିଥିଲେ। ଏହି ବ୍ଲାକ୍ ହୋଲ୍ ୧୩ ବିଲିୟନ ବର୍ଷରୁ ଅଧିକ, ଅର୍ଥାତ୍ ବିଗ୍ ବ୍ୟାଙ୍ଗର ପ୍ରାୟ ୪୦୦ ନିୟୁତ ବର୍ଷ ପରେ ଏହାର ସୃଷ୍ଟି ହୋଇଛି।

ସୁପରନୋଭା ବିସ୍ଫୋରଣରେ ବୃହତ୍ ନକ୍ଷତ୍ରଗୁଡିକ ନଷ୍ଟ ହୋଇଗଲେ ବ୍ଲାକ ହୋଲ ସୃଷ୍ଟି ହୋଇଥାଏ। ଏହା ଯୋଗୁଁ ଏକ ଗୁରୁତ୍ୱାକର୍ଷଣ ସୃଷ୍ଟି ହୁଏ। ଏହା ଏତେ ତୀବ୍ର ଯେ ଆଲୋକ ମଧ୍ୟ ଏଥିରୁ ବର୍ତ୍ତିପାରେ ନାହିଁ। କେତେକ ବ୍ଲାକ ହୋଲ ନକ୍ଷତ୍ର ନକ୍ଷତ୍ର ମଧ୍ୟରେ ହୋଇଥିବା ଧକ୍କାରୁ ସୃଷ୍ଟି ହୁଏ।

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଏହା କୌଣସି ତାରକାର ଅବଶେଷରୁ ସୃଷ୍ଟି ହୋଇନି, ବରଂ ଏହା ସୂର୍ଯ୍ୟଠାରୁ ୧.୬ମିଲିୟନ ଗୁଣ ବୃହତ୍ତର। ବ୍ରହ୍ମାଣ୍ଡ ସୃଷ୍ଟି ହେବାର ୪୦୦ ନିୟୁତ ବର୍ଷ ପରେ ଏହା ସେହି ସ୍ଥାନରେ ଥିଲା । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ମହାକାଶରେ ଏତେ କମ ସମୟରେ ଏତେ ବଡ ବ୍ଲାକ ହୋଲ ସୃଷ୍ଟି ହୋଇପାରିବ ନାହିଁ।

କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ରବର୍ଟ ମାଇଲିନୋଙ୍କ ମତରେ ଏହି ବ୍ଲାକ୍ ହୋଲ୍ ପ୍ରତି ପାଞ୍ଚ ବର୍ଷରେ ସମଗ୍ର ସୂର୍ଯ୍ୟଙ୍କୁ ଗ୍ରାସ କରୁଛି। ବ୍ଲାକ୍ ହୋଲ୍ ଏହାର ହୋଷ୍ଟ ଗାଲାକ୍ସି GN-z1କୁ ଗ୍ରାସ କରିବାରେ ଲାଗିଛି। ଯାହା ପ୍ରଥମେ ୨୦୧୬ରେ ଦେଖାଯାଇଥିଲା । ଏହା ସେତେବେଳେ ଚିହ୍ନଟ ହୋଇଥିବା ସବୁଠାରୁ ଦୂର ଗାଲାକ୍ସି ଥିଲା।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button