ଖେଳ ଖବର

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ୨୫ରୁ, ମନେ ଅଛି ତ ଭେସଲିନ ବିବାଦ.. – Sahana Mela

[ad_1]


ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ୨୫ରୁ ଆରମ୍ଭ ହେବ । ଯେବେ ବି ଏହି ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୁଏ ସେତେବେଳେ ଇଂଲଣ୍ଡ ଟିମର ଭେସଲିନ ବିବାଦ ମନେ ପଡି ଯାଇଥାଏ । ୧୯୭୬ରେ ଇଂଲଣ୍ଡ ଟିମ ଭାରତ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ଆସିଥିଲା । ପଦାର୍ପଣ ମ୍ୟାଚରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଜନ ଲୀଭର ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଦିଲ୍ଲୀରେ ପ୍ରଥମ ମ୍ୟାଚ ଏବଂ କୋଲକାତାରେ ଭାରତ ଦ୍ୱିତୀୟ ମ୍ୟାଚ ହାରିଥିଲା । ଚେନ୍ନାଇରେ ତୃତୀୟ ଟେଷ୍ଟ ଖେଳା ଯାଉଥିଲା । ଇଂଲଣ୍ଡ ଏହାକୁ ଜିତ ସିରିଜ ବିଜୟ ଏବଂ ଭାରତ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଥିଲା ।

ତୃତୀୟ ଦିବସରେ ଫିଲ୍ଡ ଅମ୍ପାୟର ଜନ ଲିଭରଙ୍କ ରନ ଅପରେ ଏକ କାଗଜ ପଡିଥିବା ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ପରେ ଏଥିରେ ଭେସଲିନ ଲାଗିଥିବା ଜଣା ପଡିଥିଲା । ଅମ୍ପାୟର ଉଭୟ ଟିମର ଅଧିନାୟକ ଟୋନୀ ଗ୍ରେଗ ଓ ବିଶେନ ସିଂ ବେଦୀଙ୍କୁ ଡକାଇ ସମସ୍ତ ଘଟଣା ଜଣାଇଥିଲେ ।

ଟୋନୀ କହିଥିଲେ ବୋଲର ତାଙ୍କ ମୁଣ୍ଡରେ ଝାଳକୁ ରୋକିବା ପାଇଁ ଏହାକୁ ବ୍ୟବହାର କରିଥାଇ ପାରନ୍ତି ବୋଲି କହିଥିଲେ । ବେଦୀ କିନ୍ତୁ ସିଧାସଳଖ ଲିଭରଙ୍କ ଉପରେ ବଲ ଟ୍ୟାମ୍ପରିଂର ଅଭିଯୋଗ ଲଗାଇଥିଲେ । ଏହି ଘଟଣା କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଥିଲା । ଅବଶ୍ୟ ଇଂଲଣ୍ଡ ତୃତୀୟ ଟେଷ୍ଟକୁ ଜିତି ସିରିଜରେ ବିଜୟୀ ହୋଇଥିଲା । ତେବେ ଏହି କଳଙ୍କ ଏବେ ବି ତାଙ୍କ ପିଛା ଛାଡୁନି ।



[ad_2]

Leave a Reply

Your email address will not be published. Required fields are marked *

Back to top button