ରାଜନୀତି

ପରସ୍ପରକୁ ମୁହଁ ମୋଡିଲେଣି କି ନୀତୀଶ ଓ ଲାଲୁ? ଜୋରଧରିଲା ସୁଶାସନ ବାବୁଙ୍କ ଘର ବାହୁଡା ଚର୍ଚ୍ଚା – Sahana Mela

[ad_1]

ନୂଆଦିଲ୍ଲୀ: ପାଟନାରୁ ଦିଲ୍ଲୀ ଗୋଟିଏ ଚର୍ଚ୍ଚା ସୁଶାସନ ବାବୁ ଅର୍ଥାତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ସହ ମେଣ୍ଚ କରିପାରନ୍ତି। ଆଉ ମହାମେଣ୍ଟକୁ ବାଏ ବାଏ କହିପାରନ୍ତି। ଆଉ ଏବେ ଦିଲ୍ଲୀରେ ବିଜେପି ନେତାଙ୍କ ବୈଠକ ଚାଲିଥିବା ବେଳେ ପାଟନାରେ ଆରଜେଡି ନେତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ମା ରାବ୍ରି ଦେବୀଙ୍କ ଘରେ ଦଳୀୟ ନେତାଙ୍କ ବୈଠକ ବସିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।

ତେଣୁ ବିହାର ଆଉ ଏକ ରାଜନୈତିକ ସଙ୍କଟ ଆଡକୁ ଗତି କରୁଛି କି ବୋଲି ପ୍ରଶ୍ନ ଉଠିଛି। ମହାମେଣ୍ଟ (ଲାଲୁ ଯାଦବଙ୍କ ଆରଜେଡି, ନୀତୀଶଙ୍କ ଜେଡିୟୁ ଏବଂ କଂଗ୍ରେସ ଦଳ ନେତୃତ୍ୱାଧୀନ ମହାମେଣ୍ଟ) ଛାଡି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଦଳ ବଦଳାଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ନୀତୀଶ କୁମାର ୨୦୨୨ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ମହାମେଣ୍ଟରେ ଯୋଗ ଦେଇଥିଲେ। ରାଜ୍ୟର ସମାଜବାଦୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ (ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ) ଦେବା ନେଇ ନିଷ୍ପତ୍ତି ନ ନେଇଥିବାରୁ ନୀତୀଶ କଂଗ୍ରେସ ନେତୃତ୍ୱାଧୀନ ତତ୍କାଳୀନ ୟୁପିଏ ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ଏହି ଦଳ ବଦଳ ଚର୍ଚ୍ଚା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତୀଶ ଜାନୁଆରୀ ୩୦ତାରିଖରେ ରାଜ୍ୟରେ ପ୍ରବେଶ କରିବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେବାକୁ ମନା କରିବା ପରେ ମହାମେଣ୍ଟରେ ଫାଟ ଆହୁରି ଗଭୀର ହେବାରେ ଲାଗିଛି।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଏବଂ ଭାରତୀୟ ଜନତା ପାର୍ଟିର ବିହାର ୟୁନିଟ୍ ମୁଖ୍ୟ ସମ୍ରାଟ ଚୌଧୁରୀ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ବୈଠକ କରୁଛନ୍ତି।

ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ବିହାରରେ ମେଣ୍ଟରେ ସବୁକିଛି ଠିକ୍ ଅଛି। ବଂଶବାଦ ରାଜନୀତିକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ବୟାନ ଏବଂ ରୋହିଣୀ ଆଚାର୍ଯ୍ୟଙ୍କ ଟୁଇଟ ଉପରେ ତ୍ୟାଗୀ କହିଛନ୍ତି, “ବଚ୍ଚୋ କେ କମେଣ୍ଟ ପର ହମ୍ କମେଣ୍ଟ ନୁହେଁ କରତେ। ଅର୍ଥାତ ଛୋଟ ପିଲାଙ୍କ ପ୍ରତିକ୍ରିୟା ଉପରେ ଆମେ କୈଣସି ମନ୍ତବ୍ୟ ଦେବୁ ନାହିଁ। ନୀତୀଶ କୁମାରଙ୍କ ମନ୍ତବ୍ୟ ଲାଲୁ ଯାଦବ କିମ୍ବା ସୋନିଆ ଗାନ୍ଧିଙ୍କ ଉପରେ ନଥିଲା, ସେ କପୂରୀ ଠାକୁରଙ୍କୁ ପ୍ରଶଂସା କରୁଥିଲେ।

ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ ଗୁରୁବାର କହିଛନ୍ତି ଯେ ବଂଶବାଦ ରାଜନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତବ୍ୟ ସହଯୋଗୀ ଆରଜେଡି ପାଇଁ ଉଦ୍ଦିଷ୍ଟ ନୁହେଁ। ରାମ ମନୋହର ଲୋହିଆଙ୍କ ଭଳି ସମାଜବାଦୀ ନେତା ଜବାହରଲାଲ ନେହେରୁଙ୍କ ବିରୋଧରେ ଏବଂ ପରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ କଠୋର ଲଢ଼େଇ କରିଥିଲେ। ତେଣୁ ସମାଜବାଦୀ ଗୋଷ୍ଠୀର ଅଧିକାଂଶ ନେତା ରାଜନୀତିରେ ବଂଶବାଦ ଶାସନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିନ୍ତି।

କର୍ପୂରୀ ଠାକୁରଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା, ଯାହାକୁ ନୀତୀଶ କୁମାର ଆଦର୍ଶ ଭାବରେ ଗ୍ରହଣ କରନ୍ତି । ଏବଂ ଗତକାଲିର ରାଲିରେ ଆମ ନେତା ଏହି କଥା କହିବାକୁ ଚେଷ୍ଟା କରିଥିଲେ ବୋଲି ତ୍ୟାଗୀ କହିଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button