ଖେଳ ଖବର
ଡ୍ୟୁଟି ସ୍ଥାନରେ ଭୋଟ ଦେବେ ପୋଲିଂ କର୍ମଚାରୀ – Sahana Mela

[ad_1]
ଭୁବନେଶ୍ୱର : ଏଥର ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଭୋଟ୍ ଦେଇପାରିବେ। ଏହାସହିତ ଘରେ ରହି ଭୋଟ୍ ଦେବେ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର । ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ବର୍ଷରୁ କମ୍ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ରହିଥିଲେ, ସେମାନଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ଭୋଟ୍ଗ୍ରହଣ କେନ୍ଦ୍ର କରାଯିବ। ଭୋଟ୍ ପାଇଁ ସବୁ ଜିଲାରେ ଇଭିଏମ ପହଞ୍ଚି ସାରିଛି ବୋଲି କହିଛନ୍ତି ନିର୍ବାଚନ କମିଶନର। ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାମ ସରିଛି । ଏବେ ତୃତୀୟ ପର୍ଯ୍ୟାୟ କାମ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
[ad_2]