ଦେଶ- ବିଦେଶ

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ – Sahana Mela

[ad_1]


ନୂଆଦିଲ୍ଲୀ: ୨୦୨୪ ବର୍ଷର ପ୍ରଥମ ମାସ ଶେଷ ହେବାକୁ ଯାଉଛି। ଏହା ସହିତ ଆରମ୍ଭରୁ ହିଁ ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରୀ ମାସରେ ସର୍ବାଧିକ ଦିନ ପାଇଁ ବନ୍ଦ ରହିଥିଲା। ତେବେ ଛୁଟିଦିନରେ ଆଗାମୀ ମାସ ମଧ୍ୟ ପଛରେ ନାହିଁ। ଫେବୃଆରୀ ମାସରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

ଫେବୃଆରୀ ମାସର ଦ୍ୱିତୀୟ ସପ୍ତାହରେ ବ୍ୟାଙ୍କ ପ୍ରାୟ ୫ଦିନ ବନ୍ଦ ରହିବ। ତେବେ ଏହି ୫ଦିନ ମଧ୍ୟରୁ ଗୋଟିଏ ଦିନ ପୂରା ଦେଶରେ ବନ୍ଦ ରହୁଥିବା ବେଳେ ଅନ୍ୟ ଦିନ ଗୁଡ଼ିକରେ ଦେଶର କିଛି ରାଜ୍ୟ ବା ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ। ଫେବୃଆରୀ ମାସର ଛୁଟି ଦିନ ଗୁଡ଼ିକରେ ନଜର ପକାଇଲେ ଫେବୃଆରୀ ୧୦ ଓ ୧୧ ତାରିଖରେ ତମାମ ଦେଶରେ ବ୍ୟାଙ୍କ ବନ୍ଦ ରହିବ। ୧୦ ତାରିଖ ଦ୍ୱିତୀୟ ଶନିବାର ଥିବା ହେତୁ ପୂରା ଦେଶରେ ବନ୍ଦ ରହିବ ବ୍ୟାଙ୍କ। ସେହିପରି ୧୧ ତାରିଖ ରବିବାର ପଡ଼ୁଛି। ୧୨ ତାରିଖରେ ସିକ୍କିମରେ ଲୋସର ପର୍ବ ପାଇଁ ବ୍ୟାଙ୍କ ବନ୍ଦ ରହୁଛି।

୧୪ ତାରିଖରେ ବସନ୍ତ ପଞ୍ଚମୀ ତଥା ସରସ୍ୱତୀ ପୂଜା କାରଣରୁ ହରିଆଣା, ଓଡ଼ିଶା, ପଞ୍ଜାବ, ତ୍ରିପୂରା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ୧୫ ତାରିଖ ଗୁରୁବାର ଦିନ ଲୁଇ-ନଗାଇ-ନୀ କାରଣରୁ ମଣିପୁରରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୧୯ ତାରିଖରେ ଶିବାଜୀ ଜୟନ୍ତୀ କାରଣରୁ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ ରହିବ। ୨୦ ତାରିଖରେ ମଙ୍ଗଳବାର ଅରୁଣାଚଳ ପ୍ରଦେଶ ଓ ମିଜୋରାମର ପ୍ରତିଷ୍ଠା ଦିବସ କାରଣରୁ ଏହି ଦୁଇ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୨୪ ତାରିଖ ଶେଷ ଶନିବାର ହୋଇଥିବା କାରଣରୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ।




[ad_2]

Leave a Reply

Your email address will not be published. Required fields are marked *

Back to top button