ଦେଶ- ବିଦେଶ
ଝିଅ ଜୈନବ ସହ ହେଜବୁଲ୍ଲା ମୁଖ୍ୟ ନସରଲ୍ଲା ମୃତ, ସ୍ପଷ୍ଟ କଲା ଇସ୍ରାଏଲୀ ସେନା, କହିଲା-ଏବେ ଦୁନିଆକୁ ଡରାଇ ପାରିବ ନାହିଁ

ବେରୁଟ: ହେଜବୁଲ୍ଲା ମୁଖ୍ୟାଳୟ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ନସରଲ୍ଲା ନିହତ ହୋଇଥିବା ଇସ୍ରାଏଲୀ ସେନା ଘୋଷଣା କରିଛି । ଆଇଡିଏଫ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରିଛି ଯେ ହସନ ନସରଲ୍ଲାହ ଏବେ ଦୁନିଆରେ ଆତଙ୍କ ଖେଳାଇ ପାରିବ ନାହିଁ । ହେଜବୁଲ୍ଲା ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ ପଠରୁ ହିଁ ନସରୁଲ୍ଲାର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିଲା ।
ଇସ୍ରାଏଲ୍ ଆକ୍ରମଣରେ ହେଜବୁଲ୍ଲାର ଦକ୍ଷିଣ ମୋର୍ଚ୍ଚାର କମାଣ୍ଡର ଅଲି କାର୍କି ନିହତ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଶୁକ୍ରାବର ଇସ୍ରାଏଲୀ ବାୟୁସେନା ବେରୁଟରେ ହେଜବୁଲ୍ଲା ମୁଖ୍ୟାଳୟକୁ ଟାର୍ଗେଟ୍ କରିଥିଲା ।