ଖେଳ ଖବର

ଭୁବନେଶ୍ୱରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ – Sahana Mela

[ad_1]

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ଥିବା ଦଳୀୟ ନେତା ଓ କର୍ମୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ଖଡ଼ଗେ ସିଧାସଳଖ ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମ ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି । ସେଠାରେ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ପଂଚାୟତ, ବୁଥ୍‌,ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେଉଛନ୍ତି ଖଡଗେ । ଓଡ଼ିଶାକୁ ବିଜେପି ଓ ବିଜେଡି କବଳରୁ ବଞ୍ଚାଇବା ସ୍ଲୋଗାନ ଦେଇ ଏହି ବିଶାଳ ସମାବେଶ କରୁଛି କଂଗ୍ରେସ । ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ।

ନିଜ ଅଭିଭାଷଣରେ ମଲ୍ଲୀକାର୍ଜୁନ କହିଛନ୍ତି ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା I କଂଗ୍ରେସ ପାଇଁ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର I କାରଣ ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା I ବର୍ତ୍ତମାନ ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ଘନିଷ୍ଠ ସଂପର୍କ ରହିଛି,ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ତଫାତ ଅଛି I ବିଜେପି-ବିଜେଡି ମଧ୍ୟରେ ଆମେ ବାହାଘର କରିଛୁ I ଉଭୟଙ୍କ ମଧ୍ୟରେ ଲଭ୍‌ ମ୍ୟାରେଜ୍‌ ହୋଇଯାଇଛି

ପଟ୍ଟନାୟକ ଓ ମୋଦି ଓଡ଼ିଶାକୁ କ’ଣ ଦେଇଛନ୍ତି I କଂଗ୍ରେସ ସମୟରେ ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି Iଇ ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡ଼ା ହୋଇଛି I

ଓଡ଼ିଶା ବଂଚାଅ ସମାବେଶ ପରେ ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ । ଆସନ୍ତା ଫେବ୍ରୁଆରୀ ୧୪ରେ ଓଡ଼ିଶା ଆସିବାକୁ ଥିବା ନ୍ୟାୟ ଯାତ୍ରାର ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ଓଡ଼ିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରାଯିବ । ଏହା କିପରି ସଫଳ ହେବ ସେନେଇ ଆଲୋଚନା କରିବେ ଖଡଗେ। ଏହା ପରେ ଷ୍ଟେଟ୍ ଗେଷ୍ଟ ହାଉସରେ ଇଣ୍ଡିଆ ମେଂଟରେ ସାମିଲ ଥିବା ବିଭିନ୍ନ ଦଳର ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିବେ ।

[ad_2]

Leave a Reply

Your email address will not be published. Required fields are marked *

Back to top button