ବିମାନରେ ଅଚାନକ ବିଗିଡିଗଲା ସ୍ଵାସ୍ଥ୍ୟବସ୍ଥା, ICUରେ ଭର୍ତ୍ତି ହେଲେ କ୍ରିକେଟର୍ ମୟାଙ୍କ ଅଗ୍ରୱାଲ – Sahana Mela
[ad_1]
ମୁମ୍ବାଇ: ଭାରତୀୟ କ୍ରିକେଟର ମୟାଙ୍କ ଅଗ୍ରୱାଲଙ୍କୁ ନେଇ ଆସିଛି ଏକ ବଡ ଖବର । ରଣଜୀ ଟ୍ରଫିରେ କର୍ଣ୍ଣାଟକ କ୍ରିକେଟ୍ ଦଳର କ୍ୟାପଟେନ୍ ମୟାଙ୍କ ଅଗ୍ରୱାଲଙ୍କ ବିମାନ ଭିତରେ ଅଚାନକ ସ୍ଵାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି ।
ସୂଚନା ଅନୁସାରେ, ବିମାନରେ ଯାତ୍ରା କରୁଥିବା ବେଳେ ଅଚାନକ ମୟାଙ୍କ ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଅଗରତାଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ମୟାଙ୍କ ତାଙ୍କ ଦଳ ସହ ଦିଲ୍ଲୀ ଯାଉଥିବା ସମୟରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡିଥିଲା । ପ୍ରଥମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅଧିକ ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ICUରେ ଭର୍ତ୍ତି କାରାଯାଇଥିଲା । ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତରମାନେ କହିଛନ୍ତି ।
ରଣଜୀ ଟ୍ରଫିରେ କର୍ଣ୍ଣାଟକ କ୍ୟାପଟେନ୍ ମୟାଙ୍କ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଗୁଜୁରାଟ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ୧୦୯ରନର ଇନିଂସ ଖେଳିଥିଲେ। ତା’ପରେ ଗୋଆ ବିପକ୍ଷରେ ଖେଳାଯାଇଥିବା ପରବର୍ତ୍ତୀ ମ୍ୟାଚରେ ମୟାଙ୍କ ୧୧୪ ରନ୍ ସ୍କୋର କରିଥିଲେ। ଏହା ପରେ ସେ ତ୍ରିପୁରା ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ମୟାଙ୍କ ଏପର୍ଯ୍ୟନ୍ତ ଭାରତ ପାଇଁ ୨୧ ଟି ଟେଷ୍ଟ ଏବଂ ୫ ଟି ODI ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟର ୩୬ ଇନିଂସରେ ସେ ହାରାହାରି ୪୧.୩୩ ରେ ୧୪୮୮ ରନ୍ ସଂଗ୍ରହ କରିଛନ୍ତି |
[ad_2]