ଖେଳ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲେ ଅପରାଜିତା – Sahana Mela

[ad_1]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ I କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀରେ ଗତକାଲି ତାଙ୍କ ଗାଡିକୁ ୨ ଘଣ୍ଟା ଧରି ଅଟକ ରଖାଯାଇଥିଲା I ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ସ୍ଥାନୀୟ ଲୋକଙ୍କ ନିମନ୍ତ୍ର୍ରଣକ୍ରମେ ମୁଁ ସେଠାକୁ ଯାଉଥିଲି। ସଭାକୁ ଯାଉଥିବା ସମୟରେ ମୋ କାରକୁ ଅଟକାଇଥିଲେ କିଛି ଲୋକ । ମୁଁ ପୁଲିସକୁ ଅପେକ୍ଷା କରି କାର୍ ଭିତରେ ୨ ଘଣ୍ଟା ବସି ରହିଲି। ମୋର ଦୁଇ ଘଣ୍ଟା ସମୟ ନଷ୍ଟ ହେଲା| ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ୍ ଅଟକାଯାଇପାରିବ କି?। ସୁରକ୍ଷା ନେଇ ପୁଲିସର ଏଭଳି ପାତରଅନ୍ତର ନୀତି ମୋତେ ଦୁଃଖ ଦେଇଛି। ଏହା ହେଉଛି ଏଠାକାର ଆଇନଶୃଙ୍ଖଳାର ସ୍ଥିତି। ଏହା ରାଜ୍ୟ ସରକାରଙ୍କ ବିଦ୍ୱେଷ ମନୋଭାବକୁ ଦର୍ଶାଉଛି।ସେ ଆହୁରି ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ନଷ୍ଟ ହୋଇଥିବା ମୋ ସମୟର କିଭଳି ଭରଣା କରିବେ ସରକାର?

ଏହାର ଜବାବରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଲୋକ ପ୍ରତିନିଧିମାନେ ସବୁବେଳେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିବା ଦରକାର। ସମୟ ହୋଇଗଲା, ଅଫିସ କାମ ଥିଲା କହିଲେ ହେବନି। ମହିଳାମାନେ ପ୍ରଶ୍ନ କରୁଥିଲେ। ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଏତେ ଭୟଭୀତ କାହିଁକି? ଖାଲି ଭାଷଣ ଦେଲେ ହେବନି, କାମ କରିବା ଦରକାର।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ପ୍ରାୟ ୮ଟାରେ କଟକ ରୋଡ଼ ବୁଦ୍ଧେଶ୍ୱରୀ କଲୋନୀ ୪୩ ନଂ ୱାର୍ଡରେ ଅପରାଜିତା ଜନସମ୍ପର୍କ ସଭାକୁ ଆସୁଥିବାବେଳେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଅପରାଜିତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀଙ୍କ ଅଭିଯୋଗ ସାଂସଦଙ୍କ ଗତ ୪ ବର୍ଷ ହେଲା ଦେଖା ମିଳୁନଥିଲା । ଦିନେ ମଧ୍ୟ ସାଂସଦଙ୍କ ପାଦ ୪୩ ନମ୍ବର ୱାର୍ଡରେ ପଡିନାହିଁ । ଏବେ ନିର୍ବାଚନ ପାଖେଇ ଆସିବାରୁ ସାଂସଦ ପୁଣି ଆସୁଥିବାରୁ ତାଙ୍କୁ ବିରୋଧ କରାଯାଉଥିବା ବିକ୍ଷୋଭକାରୀ କହିଥିଲେ । ମହିଳାମାନେ ସାଂସଦଙ୍କ ଗାଡ଼ି ଆଗରେ ବସିବା ସହ ପ୍ରାୟ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଦୀର୍ଘସମୟ ଧରି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ପୁଲିସର ବୁଝାସୁଝା ଓ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା।

[ad_2]

Leave a Reply

Your email address will not be published. Required fields are marked *

Back to top button