ଦେଶ- ବିଦେଶ

ଅର୍ଥମନ୍ତ୍ରୀଙ୍କ ଘୋଷଣା: କୋଟିଏ ପରିବାର ରିହାତିରେ ପାଇବେ ମାସିକ ୩୦୦ ୟୁନିଟ୍ ବିଜୁଳି – Sahana Mela

[ad_1]


ନୂଆଦିଲ୍ଲୀ:ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି। ବୁଧବାର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ୩୦୦ ୟୁନିଟ୍ ବିଦ୍ୟୁତ୍ ରିହାତିରେ ପାଇପାରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ଏହି ସୁବିଧା ଉପଭୋଗ କରିପାରିବେ ଦେଶବାସୀ। ଯେଉଁଥିରେ ୧କୋଟି ଘରେ ଏହି ସୁବିଧା ପହଞ୍ଚାଇବାର ଲକ୍ଷ୍ୟ ରଖା ଯାଇଛି। ଏଥି ପାଇଁ ପାଖାପାଖି ୨୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ରାମ ମନ୍ଦିର ପ୍ରତିଷ୍ଠା ପରେ ଏହି ଯୋଜନା ବିଷୟରେ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଏକ ଏପରି ଯୋଜନା ଯେଉଁଥିରେ ଲୋକଙ୍କ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବା ଲକ୍ଷ୍ୟ ରହିଛି, ଯାହା ଲୋକଙ୍କୁ ବିଦ୍ୟୁତ୍ ବିଲ୍ ସଞ୍ଚୟ କରିବାରେ ବହୁତ ସାହାଯ୍ୟ କରିପାରିବ। ଏହି ଯୋଜନା ଅଧୀନରେ ଲୋକଙ୍କ ଘରର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରାଯିବ। ବିଦ୍ୟୁତର ଆବଶ୍ୟକସ୍ଥଳେ ଏହାକୁ ସବୁଜ ବିଦ୍ୟୁତ୍ ଭାବେ ବ୍ୟବହାର କରାଯିବ। ଏହି ଯୋଜନାରେ ବର୍ଷକୁ ୧୫୦୦୦ରୁ ୧୮୦୦୦ ବଞ୍ଚାଇପାରିବେ ହିତାଧିକାରୀ।

ତେବେ ଏହି ଯୋଜନାରେ ୧ କୋଟି ଘରେ ସବୁଜ ବିଦ୍ୟୁତ ସରବରାହର ଲକ୍ଷ୍ୟ ରଖା ଯାଇଥିବା ବେଳେ ଏହାକୁ ନେଇ ଖୁବ ଶୀଘ୍ର ଏକ ଜାତୀୟ ଅଭିଯାନ ଆରମ୍ଭ କରିବେ କେନ୍ଦ୍ର ସରକାର।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବ ଏବଂ ବହୁ ଅର୍ଥ ସଞ୍ଚୟ କରିବ। ସରକାରୀ ଚାକିରିରେ ନିୟୋଜିତ ନଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଲାଭ ଉପଲବ୍ଧ ହେବ। ଏଥିସହ ହିତାଧିକାରୀଙ୍କ ବାର୍ଷିକ ଆୟ ୧.୫ ଲକ୍ଷରୁ ଅଧିକ ନା ହୋଇଥିବା ଆବଶ୍ୟକ। ସାଧାରଣତଃ ଏହି ପ୍ରକ୍ରିୟା ବ୍ୟୟ ସାପେକ୍ଷ, ଏଣୁ ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଏହାକୁ ସ୍ଥାନିତ କରିଛନ୍ତି।




[ad_2]

Leave a Reply

Your email address will not be published. Required fields are marked *

Back to top button