ରାଜ୍ୟ

ଲକ୍ଷ୍ମୀ ବସରେ ନିଯୁକ୍ତି ନେଇ ଲାଞ୍ଚ ମାଗିବା ଘଟଣାରେ ୨ ଗିରଫ – Sahana Mela

[ad_1]

ବଲାଙ୍ଗୀର : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ସେବା ଆରମ୍ଭ ନହେଉଣୁ ସାମନାକୁ ଆସିଲା ଲାଞ୍ଚ ମାମଲା I କଣ୍ଡକ୍ଟର ନିଯୁକ୍ତି ନେଇ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ଏବେ କିଛି ମାସ ହେବ ଲକ୍ଷ୍ମୀ ବସ ସେବା ଯୋଜନା ଆରମ୍ଭ ହୋଇଛି। ମାତ୍ର ବସ ସେବା ଆରମ୍ଭ ନହେଉଣୁ ଏହି ଲାଞ୍ଚ ଘଟଣା ସାମନାକୁ ଆସିଥିଲା I ଏନେଇ ଏକ ଅଡିଓ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବ ପରେ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ସାଜିଛି l

ଅଡିଓ ଭାଇରଲ ହେବା ପରେ ଓଏସଆରଟିସି ର ମ୍ୟାନେଜର ଅମିତ କୁମାର ମିଶ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ l ଏହାପରେ ଟିଟିଲାଗଡ଼ ପୋଲିସ ଲକ୍ଷ୍ମୀ ବସରେ କଣ୍ଡକ୍ଟର ନିଯୁକ୍ତି ଆଳରେ ଠକେଇ କରି ୨୫ ହଜାର ଟଙ୍କା ଅସୁଲି କରୁଥିବା ଦୁଇ ଜଣ ଠକ ରାୟଗଡା ଗୁଣପୁରର ସରୋଜ କୁମାର ଲିମା ଏବଂ କଣ୍ଟାବାଞ୍ଜି ର ବେନୁଗୋପାଳ ବେହେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪୭୦୦ ଟଙ୍କା, ଏକ ମୋବାଇଲ ଫୋନ ଏବଂ କାରକୁ ଜବତ କରିବା ସହ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button