ରାଜନୀତି

ସକାଳେ ଦଳରେ ମିଶିଲେ, ଦ୍ୱିପ୍ରହରେ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ  – Sahana Mela

[ad_1]


ଭୁବନେଶ୍ୱର:ଦଳରେ ପାଦ ଦେଉ ଦେଉ ମିଳିଗଲା ଦାୟିତ୍ୱ। ଏବେ ଜାତୀୟ ସ୍ତରରେ ଦଳର ପ୍ରଚାର ପ୍ରସାର କରିବେ। ଶଙ୍ଖ ଫୁଙ୍କୁ ଫୁଙ୍କୁ ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଡ଼ଃ. ସଂତୃପ୍ତ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର କରିଥିବା ବେଳେ ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖପାତ୍ର ଭାବରେ ନିଯୁକ୍ତ ପ୍ରଦାନ କରିଛନ୍ତି ।

ସନ୍ତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପ ରୁ ଡିସେମ୍ବର ମାସରେ ଇସ୍ତଫା ଦେଇଥିଲେ। ଆଜି ସନ୍ତୃପ୍ତ ମିଶ୍ର ଓଡ଼ିଶାରେ ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳର ଗ୍ଲୋବାଲ ଡାଇରେକ୍ଟର ତଥା ବିର୍ଲା କାର୍ବନର ଗ୍ରୁପ୍ ଡାଇରେକ୍ଟର ତଥା କେମିକାଲ୍ସ ନିର୍ଦ୍ଦେଶକ ଥିବା ଶ୍ରୀ ମିଶ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ। ନବୀନଙ୍କ ଦୂରଦୃଷ୍ଟି ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜ୍ୟର ବିକାଶରେ ଯୋଗଦାନ କରିବାକୁ ଚାହୁଁଥିବା ସେ କହିଛନ୍ତି। ପୁରୀ ଚନ୍ଦନପୁର ନିବାସୀ ଶ୍ରୀ ମିଶ୍ର କହିଛନ୍ତି ଦଳରେ ଯୋଗଦେଇ ଆନନ୍ଦିତ। ଓଡିଶାବାସୀଙ୍କ ସେବା କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି। ନିକଟରେ ଓଡ଼ିଶା ସରକାର ଆୟୋଜନ କରିଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ମଧ୍ୟ ସେ ସାମିଲ ହୋଇଥିଲେ।

ସେପଟେ ସଞ୍ଜୟ କୁମାର ଦାସ ବର୍ମାଙ୍କ ରାଜ୍ୟ ରାଜନୀତି ra ଜଣେ ଚର୍ଚ୍ଚିତ ଚେହେରା। ନବୀନ ସରକାରରେ ସେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ସେ ବିଜୁ ଜନତା ଦଳରୁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। କିଛି ସମୟ ଦଳ ଭିତରେ କୋଣଠେସା ହେବା ପରେ ସଞ୍ଜୟ ପୁଣି ଦଳୀୟ ନେତାଙ୍କ ଆସ୍ଥା ଜିଣି ଥିବା ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ତାଙ୍କ ଦଳର ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଥିଲା।




[ad_2]

Leave a Reply

Your email address will not be published. Required fields are marked *

Back to top button