ଦେଶ- ବିଦେଶ

ଜଷ୍ଟିସ୍ ଏଏମ ଖାନୱିଲକର ଦେଶର ନୂଆ ଲୋକପାଳ – Sahana Mela

[ad_1]


ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ହେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର । ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ଗତକାଲିର ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। ଗତ ବର୍ଷ ମେ’ରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ଏଏମ ଖାନୱିଲକର ଏବେଠୁ ଉକ୍ତ ପଦ ସମ୍ଭାଳିବେ।

ଜଷ୍ଟିସ ଖାନୱିଲକର ୨୦୨୨ ମସିହା ଜୁଲାଇ ୨୯ରେ ନିଜ ପଦରୁ ଅବସର ନେଇଥିଲେ। ତାଙ୍କ ଦ୍ୱାରା ଗଠିତ ପୀଠ PMLA ଅଧିନିୟମରେ ସଂଶୋଧନ କରିଥିଲେ। ଇଡି ପକ୍ଷରୁ ଜାରି ହେଉଥିବା ସମନ, ତଲାସୀ, ସିଜ୍‌, ରେଡ୍‌କୁ ଏହି ପୀଠ ଠିକ୍‌ ବୋଲି ଦର୍ଶାଇଥିଲେ। ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୦୨ ମସିହାରେ ଗୁଜରାଟ ଦଙ୍ଗାରେ ପିଏମ୍‌ ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଫସାଇବାକୁ ମନଗଢ଼ା ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗ ଉଠିଥିଲା। ନୂଆ ସଂସଦ ଭବନ ନିର୍ମାଣକୁ ବିରୋଧ କରି କିଛି ସାମାଜିକ କର୍ମୀ ଓ ପରିବେଶବିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜଷ୍ଟିସ ଖାନୱିଲକରଙ୍କ ଦ୍ୱାରା ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଫଳରେ ଜଷ୍ଟିସ ଖାନୱିଲକରଙ୍କ ରାୟ ପରେ ନୂଆ ସଂସଦ ଭବନ ନିର୍ମାଣ ପାଇଁ ରାସ୍ତା ପରିଷ୍କାର ହୋଇଥିଲା।ଜଷ୍ଟିସ୍ ଖାନୱିଲକରଙ୍କ ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ପ୍ରଦୀପ କୁମାର ମହାନ୍ତି ଏହି ପଦରେ ନିଯୁକ୍ତ ହୋଇଥିଲେ। ସେ ୨୦୧୯ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଲୋକପାଳ ପଦ ସମ୍ଭାଳିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button