ମଦ ପିଇବା ପାଇଁ ଚାଲେଞ୍ଜ : ଅତ୍ୟଧିକ ମଦ୍ୟପାନ ଯୋଗୁଁ ଜଣେ ମୃତ – Sahana Mela

[ad_1]
ଭୋପାଳ: ମଦ ପିଇବା ପାଇଁ ଅଜବ ସର୍ତ୍ତ ଲଗାଇ ଜଣଙ୍କର ଜୀବନ ଯାଇଛି। ଅତ୍ୟଧିକ ମଦ ପିଇବା କାରଣରୁ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଖାର୍ଗୋନ ଜିଲ୍ଲାରୁ ଆସିଛି ଏପରି ଏକ ଖବର। ଦୁଇ ସାଙ୍ଗ ଦିନେଶ ଓ ଅରୁଣ ମଦ ପିଇବା ପାଇଁ ସର୍ତ୍ତ ଲଗାଇଥିଲେ। ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦିନେଶଙ୍କର ମୃତ୍ୟୁ ଘଟିଛି।
ଦୁଇ ସାଙ୍ଗ ଦିନେଶ ଓ ଅରୁଣ ଏକାଠି ବସି ମଦ ପିଉଥିଲେ। ହଠାତ ସେମାନେ ଏକ ସର୍ତ୍ତ ଲଗାଇଲେ। ସେମାନଙ୍କ ମଧ୍ୟରୁ କିଏ ବିନା ପାଣି ମିଶାଇ ଅଧିକ ମଦ ପିଇ ପାରିବ। ଦିନେଶ ୫ କ୍ୱାଟର ଓ ଅରୁଣ ୩କ୍ୱାଟର ଦେଶୀ ମଦ ପିଇଲେ। ଏହାପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଗଲା। ସେଠାକାର ଲୋକ ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନେଶଙ୍କର ମୃତ୍ୟୁ ହୋଇଯାଇଛି। ଅରୁଣ ଏବେ ଚିକିତ୍ସାଧୀନ ଅଛନ୍ତି।
ପୋଲିସ ଅରୁଣଙ୍କୁ ଏନେଇ ପଚରାଉଚରା କରିଛି। ଅରୁଣଙ୍କ କହିବା ଅନୁଯାୟୀ, ଗିରଶ ଅଗ୍ରୱାଲ, ଘୋଟୁ ବଞ୍ଜାରା ଓ ରାଧେ ବଞ୍ଜାରା ସେମାନଙ୍କ ସହ ବସି ମଦ ପିଉଥିଲେ। ଗିରଶ ଓ ଅନ୍ୟମାନେ ମଦ ଆଣି ଦେବେ ବୋଲି କହିଲେ। ଫ୍ରିରେ ମଦ ମିଳିଯିବା ଲୋଭରେ ସେମାନ ଏପରି ଅଜବ ସର୍ତ୍ତରେ ରାଜି ହୋଇଗଲେ। ତେବେ ଘଟଣାସ୍ଥଳରୁ ମଦ ବୋତଲ ଜବତ କରିଛି ପୋଲିସ। ଦୋକାନରୁ ମଦର ନମୁନା ସଂଗ୍ରହ କରାଯାଇଛି। ତେବେ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ଜଣ ଏଯାଏ ଫେରାର ଅଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ।
[ad_2]