ପୁଟିନଙ୍କ ସ୍ଵତନ୍ତ୍ର ସାକ୍ଷାତକାର: ବାଇଡେନଙ୍କୁ ଦେଲେ ଖୋଲା ଧମକ – Sahana Mela

[ad_1]
ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ। ଉଭୟ ଦେଶର ସଂପର୍କରେ ଭଟ୍ଟା ପଡିଛି। ହଜାର ହଜାର ନୀରିହ ଲୋକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ଏବେ ବି ନରସଂହାର ଚାଲିଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକାର ସାମ୍ବାଦିକ ଟକର କାର୍ଲସନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ବିଶେଷ ସାକ୍ଷାତକାର ନେଇଛନ୍ତି। କାର୍ଲସନ୍ ଏବଂ ପୁଟିନଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଏଥିରେ ପୁଟିନ ବାଇଡେନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି।
ପୁଟିନ କହିଛନ୍ତି ଯେ ଆମେରିକା ସବୁ ମୂଳରେ ରହିଛି। ଆମେରିକା ପାଇଁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୋଇଛି। କେବଳ ଆମେରିକାର ଆଦେଶରେ କିଭ ମସ୍କୋଠାରୁ ନିଜକୁ ଦୂରେଇ ରଖିଥିଲା। ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ୨୦୧୪ରେ ୟୁକ୍ରେନ ରାଜନୀତିରେ ପରିବର୍ତ୍ତନ ଆଣିଥିଲା। ଏହି ସମୟ ଭିତରେ ଯେଉଁମାନେ ନୂତନ ସରକାର ଗ୍ରହଣ କରିନଥିଲେ, ସେହି ଲୋକଙ୍କ ବିରୁଦ୍ଧରେ ଅନେକ ଅତ୍ୟାଚାର ହୋଇଥିଲା ବୋଲି ପୁଟିନ ଅଭିଯୋଗ କରିଛନ୍ତି ।
ରୁଷ ରାଷ୍ଟ୍ରପତିଙ୍କ କହିବାନୁସାରେ, ଖାଲି ଖାଲି ସେ ଯୁଦ୍ଧ ଘୋଷଣା କରିନାହାନ୍ତି। ୟୁକ୍ରେନର ଡୋନାବାସ ଏବଂ କ୍ରିମିଆର ଲୋକମାନେ ଋଷକୁ ସାହାଯ୍ୟ ମାଗିଥିଲେ। ଏହା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ପୁଟିନ କହିଛନ୍ତି ସିଆଇଏ ଯୋଗୁଁ ୟୁକ୍ରେନରେ ଏହି ପରିବର୍ତ୍ତନ ଘଟିଛି। ଆମେ ୟୁକ୍ରେନ ସହିତ ଚାଲିଥିବା ସମସ୍ୟାକୁ ଅନେକ ଥର ଆମେରିକାକୁ କହିଲୁ ମାତ୍ର ଆମେରିକା ପକ୍ଷରୁ କୌଣସି ଜବାବ ମିଳିନଥିଲା। ଏବେ ନାଟୋ ଓ ଆମେରିକା ମିଶିଲେ ବି ବିଜୟ ଆମର ବୋଲି କହିଛନ୍ତି ପୁଟିନ୍।
[ad_2]