ମନୋରଞ୍ଜନ

ସିନେମାରେ ଡେବ୍ୟୁର ୬୪ ବର୍ଷ ପରେ ପରଦାରେ ଧର୍ମେନ୍ଦ୍ର ବଦଳାଇଲେ ନାଁ – Sahana Mela

[ad_1]


ନୂଆଦିଲ୍ଲୀ: ୧୯୬୦ ମସିହାରେ ‘ଦିଲ୍ ଭି ତେରା ହମ୍ ଭି ତେରେ’ ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିବା ପରଠାରୁ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସବୁବେଳେ ପରଦାରେ ନିଜ ନାମକୁ ଧର୍ମେନ୍ଦ୍ର ବୋଲି ରଖିଛନ୍ତି। ପୁଅ ସନ୍ନି ଦେଓଲ ଓ ବବି ଦେଓଲ କିମ୍ବା ତାଙ୍କ ଝିଅ ଇଶା ଦେଓଲଙ୍କ ଭଳି ତାଙ୍କର ଶେଷ ନାମ ‘ଦେଓଲ’ କେବେ ବି ସେ ବ୍ୟବହାର କରିଥିବାର ନଜିର ନାହିଁ।

ତେବେ ନିକଟରେ ଘଟିଥିବା ଘଟଣା ଅନୁସାରେ ଧର୍ମେନ୍ଦ୍ର ପରଦାରେ ନିଜର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗତକାଲି ଅଭିନେତା ଶାହିଦ କପୁର ଏବଂ କ୍ରିତି ସାନନଙ୍କ ସଦ୍ୟତମ ଚଳଚ୍ଚିତ୍ର ‘ତେରି ବାତୋଁ ମେଁ ଆଇସା ଉଲ୍ଝା ଜିଆ’ର ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳିଛି। ସେ ଶାହିଦଙ୍କ ଦାଦା ଭୂମିକାରେ ନଜର ଆସିଛନ୍ତି। ତେବେ ଫିଲ୍ମ ଆରମ୍ଭ ହେବା ସମୟରେ ପରଦାରେ ଅଭିନେତାଙ୍କ ନାମ ଲେଖାଯିବର ପରମ୍ପରା ରହିଛି। ଏଥିରେ ଅଭିନେତାଙ୍କୁ ଧର୍ମେନ୍ଦ୍ର ସିଂ ଦେଓଲ ନାମରେ ଶ୍ରେୟ ଦିଆଯାଇଛି ।

ଧର୍ମେନ୍ଦ୍ର କେୱଲ କିଶନ ସିଂ ଦେଓଲ ଏବଂ ସତୱନ୍ତ କୌରଙ୍କ ସନ୍ତାନ। ଏହା ପୂର୍ବରୁ ସେ କେବେ ତାଙ୍କ ପୁରା ନାମ ବ୍ୟବହାର କରିନଥିଲେ। କପୁର ଏବଂ ସାନନଙ୍କ ନୂଆ ରିଲିଜରେ ଡିମ୍ପଲ କପାଡିଆ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଜଣେ ବ୍ୟକ୍ତି ଏବଂ ଏକ ରୋବୋଟ୍ ମଧ୍ୟରେ ପ୍ରେମ କାହାଣୀ ଉପରେ ଆଧାରିତ ଯାହା ସାନନ ଅଭିନୟ କରୁଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button