ଦେଶ- ବିଦେଶ

ପୋଖରୀରେ ଫସିଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ, କହିଲେ – ଆଜି ଜେସିବିର ପରୀକ୍ଷା ଥିଲା – Sahana Mela

[ad_1]


ନୂଆଦିଲ୍ଲୀ: ନିଜର ଭିଡିଓ ଏବଂ ମଜାଳିଆ ସ୍ଵଭାବ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମାନ ଆଲୋଙ୍ଗଙ୍କ ପୁଣି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନିଜେ ତେମଜେନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ପୋଖରିରେ ଫସି ରହିଥିବା ନଜରକୁ ଆସିଛି ।

ଲୋକମାନଙ୍କ ସାହାର୍ଯ୍ୟରେ ତାଙ୍କୁ କିପରି ବାହାରକୁ ବାହାର କରାଗଲା ଏବଂ କିପରି ସେ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିଲେ ତାହା ସେହି ଭିଡିଓରେ ତେମଜେନ କହିଛନ୍ତି । ତେମଜେନ କହିଛନ୍ତି ଯେ, “ଆଜି ମୁଁ ସବୁଠୁ ବଡ଼ ମାଛ । ମୁଁ ପାଣିରେ ଏତେ ବଡ଼ କିପରି ହୋଇଗଲି ତାହା ଜାଣି ପାରୁନି।“ ବହୁ କଷ୍ଟରେ ପୋଖରୀରୁ ବାହାରିବା ପରେ ତାଙ୍କ ସାଥୀ ମାନଙ୍କୁ ସର୍ବପ୍ରଥମେ ତେମଜେନ ପଚାରିଥିଲେ ଯେ,” ମୋ କୁର୍ସି କେଉଁଠି? ଆଜି ମୁଁ ହିଁ ମାଛ ହୋଇଯାଇଥିଲି ।“

ଅଲୋଙ୍ଗ ତେନଜେନ ନାଗାଲାଣ୍ଡ ବିଜେପି ପ୍ରଦେଶ ଅଧ୍ୟକ୍ଷ ରହି ସାରିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଛନ୍ତି । ଏହି ମଜାଳିଆ ଭିଡିଓକୁ ତାଙ୍କର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ତେମଜେନ ଲେଖିଛନ୍ତି ଯେ, “ଆଜି ଜେସିବିର ପରୀକ୍ଷା ଥିଲା! ନୋଟ: ଏସବୁ ଏନସିଏପି ରେଟିଙ୍ଗ ବିଷୟରେ, ଗାଡି କିଣିବା ପୂର୍ବରୁ ଏନସିଏପି ରେଟିଙ୍ଗ ନିଶ୍ଚୟ ଦେଖନ୍ତୁ, କାରଣ ଏହା ଆପଣଙ୍କ ଜୀବନର କଥା!!” ଏହି ଭିଡିଓରେ ଲୋକ ଖୁବ୍‌ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, “କଣ ମହାରାଜା, କେଉଁଠି ଫସିଗଲେ ଆପଣ । ଯଦି ଜେସିବି ପାଖରେ ଥିଲେ ତେବେ କାମରେ ଲଗାଇବା ଦରକାର ଥିଲା ନା । କାହିଁକି ଏତେ ଏନର୍ଜି ନଷ୍ଟ କଲେ।“

ସୂଚନାଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ତେମଜେନଙ୍କ ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଛି । ଏହା ପୂର୍ବରୁ ତେମଜେନ ଇମାନଙ୍କ ଛୋଟ ଆଖି ଉପରେ ଦିଆଯାଇଥିବା ବୟାନର ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ସେତେବେଳେ ଲୋକେ ତାଙ୍କୁ ସେନ୍ସ ଅଫ୍ ହ୍ୟୁମର କହି ତାରିଫ୍ କରିଥିଲେ ।

 





[ad_2]

Leave a Reply

Your email address will not be published. Required fields are marked *

Back to top button