ଦେଶ- ବିଦେଶ

ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବା ପାଇଁ ଧମକ ! – Sahana Mela

[ad_1]


ମୁମ୍ବାଇ: ବୋମାରେ ଉଡ଼ାଇଦେବା ଧମକ ମିଳିବା ପରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ବିମାନ ସଂଖ୍ୟା 6E-5188 ଚେନ୍ନଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହି ବିମାନଟି ଚେନ୍ନଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ମୁମ୍ବାଇରେ ଅବତରଣ କରିବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଥିଲା।

ମୁମ୍ବାଇ ବିମାନ ବନ୍ଦର ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ରହିଥିଲା। ଏତିକି ବେଳେ ଟଏଲେଟରୁ ଏକ ଟିସୁ ପେପରରେ ବିମାନରେ ବୋମା ଥିବା ନେଇ ଲେଖାଯାଇଥିଲା। ବିମାନଟି ଅବତରଣ ପରେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ କହିବା ମୁତାବକ ବିମାନର ଶୌଚାଳୟରେ ଟିସୁ ପେପରରେ ଏକ ଧମକପୂର୍ଣ୍ଣ ଚିଠି ଦେଖିବାକୁ ମିଳିଥିଲା। ଏହା ଟିସୁ ପେପରରେ ଲେଖାଥିଲା, ‘ମୋର ବ୍ୟାଗରେ ଏକ ବୋମା ଅଛି, ଯଦି ଆମେ ବମ୍ବେରେ ଅବତରଣ କରିବା ତେବେ ସମସ୍ତେ ମରିବେ।’ ମୁଁ ଜଣେ ଆତଙ୍କବାଦୀ ଏଜେନ୍ସିର। ଏହା ପ୍ରତିଶୋଧ, ସମସ୍ତେ ମରିବେ। ‘

ଏହି ଖବର ପ୍ରଚାରିତ ହେବା ପରେ ଯାତ୍ରୀଙ୍କ ସମେତ ବିମାନରେ ଏକ ଭୟର ମାହୋଲ ସୃଷ୍ଟି ହୋଇଥିଲା। ଏହି ଧମକ ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କୁ ଏହା ବିଷୟରେ ଅବଗତ କରାଯାଇଥିଲା ଏବଂ ବିମାନଟି ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ଶୀଘ୍ର ଉଦ୍ଧାର କରାଯାଇଥିଲା ଏବଂ ବିମାନ ଯାଞ୍ଚ କରାଯାଇଥିଲା। ତେବେ ବିମାନରୁ ସେଭଳି କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ନାହିଁ। ମୁମ୍ବାଇ ବିମାନବନ୍ଦର ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button