ରାଜନୀତି

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ – Sahana Mela

[ad_1]


କୋଲକାତା:ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ। ଗୁରୁବାର ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡିଛି।

ସାଗରିକାଙ୍କ ବିଷୟରେ ଆଲୋଚନା କଲେ ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ। ସାଗରିକା ହେଉଛନ୍ତି ଜାତୀୟ ସ୍ତରର ଜଣେ ସାମ୍ବାଦିକା ତଥା ସ୍ତମ୍ଭକାର। ତାଙ୍କର ସ୍ବାମୀ ରାଜଦୀପ ସରଦେଶାଇ ମଧ୍ୟ ଜାତୀୟ ସ୍ତରର ଜଣେ ଜଣାଶୁଣା ସାମ୍ବାଦିକ। ସେ ବର୍ତ୍ତମାନ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ କାମ କରୁଛନ୍ତି। ତେବେ ସାଗରିକାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ସେ ବହୁ ବର୍ଷ ତଳେ ରାଜନୀତିକୁ ଆସିବି ନାହିଁ ବୋଲି କହିଥିଲେ। ରାଜନୀତିରେ କେଉଁ ପାଣିପାଗ କେତେ ବେଳେ ବଦଳି ଯିବ ତାହା କହିବା କଷ୍ଟକର। ସାମ୍ବାଦିକ ରାଜନୀତିକୁ ଆସିବା ନୂଆ କଥା ନୁହେଁ। ତେବେ ତାଙ୍କର ଏହି ନା ନା ଭିତରେ ରାଜନୀତିକୁ ଆସିବା ଏବଂ ଟିକେଟ ପାଇ ରାଜ୍ୟସଭାକୁ ଯିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ନେଇ ଉଭୟ ସାମ୍ବାଦିକତା ଓ ରାଜନୀତି ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।




[ad_2]

Leave a Reply

Your email address will not be published. Required fields are marked *

Back to top button